ଭାରତ

ଏପ୍ରିଲ ୧୬ରେ ଲୋକସଭା ନିର୍ବାଚନ !

(ଦିଲ୍ଲୀ) : ପୂର୍ବରୁ ଦିଲ୍ଲୀ ନିର୍ବାଚନ ଅଧିକାରୀଙ୍କ ଚିଠି ହୋଇଥିଲା ଭାଇରାଲ । ଏପ୍ରିଲ ୧୬ ସମ୍ଭାବ୍ୟ ଭୋଟ ଗ୍ରହଣ ତାରିଖ କି ବୋଲି ପ୍ରଶ୍ନ ଉଠିଥିଲା । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିବାରୁ ସ୍ପଷ୍ଟୀକରଣ ରଖିଲେ ଦିଲ୍ଲୀ ନିର୍ବାଚନ ଅଧିକାରୀ, ସୋସିଆଲ ମିଡ଼ିଆ ଏକ୍ସରେ କହିଛନ୍ତି ଯେ, ଜାତୀୟ ନିର୍ବାଚନ ଅୟୋଗ ପକ୍ଷରୁ ଏକ ରେଫରେନ୍ସ ଡେଟ୍ ବା ସମ୍ଭାବ୍ୟ ତାରିଖ ଘୋଷଣା କରାଯାଇଥିଲା ଏହି ତାରିଖଟି ଅଫିସରମାନଙ୍କ ପାଇଁ ରେଫରେନ୍ସ ଥିବା କହିଲେ ଇସିଆଇ ।

ସୂଚନାନୁଯାୟୀ , ନିର୍ବାଚନ  ଆଗାମୀ ଏପ୍ରିଲ ୧୬ରେ ଲୋକସଭା ନିର୍ବାଚନ ହେବା ନେଇ ତାରିଖ ଧାର୍ଯ୍ୟ ହୋଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ଟି. ମିଶାଓ । ସେ କହିଛନ୍ତି ନିର୍ବାଚନ କମିଶନ ପକ୍ଷରୁ ୨୪ ଲୋକସଭା ନିର୍ବାଚନ କୌଣସି ତାରିଖ ଧାର୍ଯ୍ୟ ହୋଇନାହିଁ । ଏହା କେବଳ ଏକ ରେଫରେନ୍ସ ଡେଟ୍ । ଯାହାକି ନିର୍ବାଚନ ଅଧିକାରୀଙ୍କୁ ଆଗାମୀ ସାଧାରଣ ନିର୍ବାଚନ ପ୍ରସ୍ତୁତି ପାଇଁ ଦିଆଯାଇଛି ।

Related posts

ଜାଣନ୍ତୁ ବୁଷ୍ଟର ଡୋଜର ପାର୍ଶ୍ୱ ପ୍ରତିକ୍ରିୟା

mahabharatanews

ରାଷ୍ଟ୍ରିୟ ସଙ୍ଗୀତ ଗାନକୁ ନେଇ ମାଦ୍ରାସ ବୋର୍ଡର ବଡ ନିଷ୍ପତ୍ତି

mahabharatanews

ଶୀତଳ ଲାଭାର ବନ୍ୟା; ୪୧ ମୃତ

mahabharatanews