ଭାରତ

ଜାଣନ୍ତୁ ରାମଲଲ୍ଲାଙ୍କ ଆଳତୀ ଓ ଦର୍ଶନ ସମୟ

(ଅଯୋଧ୍ୟା) : ରାମଲାଲା ତାଙ୍କର ଭବ୍ୟ ମନ୍ଦିରରେ ପ୍ରବେଶ କରିଛନ୍ତି । ରାମ ଲଲାଙ୍କ ବିରାଚମାନ ପରେ ଅଯୋଧ୍ୟା ସହ ସାରା ଦେଶ ହୋଇଛି ରାମମୟ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ରାମ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯାଇଛି । ମନ୍ଦିର ଖୋଲିବା ପରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଛି ।  ଏହି ଭିଡି ଆଗାମୀ ଦିନରେ ଆହୁରି ବଢ଼ିବାରେ ଅନୁମାନ କରାଯାଇଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ବି କଡ଼ାକଡ଼ି କରାଯାଇଛି । ଏହି ସବୁ ଭିତରେ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ରାମ ମନ୍ଦିରରେ ରାମଲଲ୍ଲାଙ୍କ ଆଳତୀ ଓ ଦର୍ଶନ ସମୟ ବିଷୟରେ ସୂଚନା ଦେଇଛି ।

ସୂଚନାନୁଯାୟୀ , ଏହି ସୂଚୀରେ ସୃଙ୍ଗାର ଆଳତୀ ଠାରୁ ନେଇ ଶୟନ ଆଳତୀ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି । ବଦଳିଲା ପାଣିପାଗ: କମିବ ତାପମାତ୍ରା, ପୁଣି ବଢିବ ଶୀତ ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ପ୍ରବକ୍ତା ଓ ମିଡିଆ ପ୍ରଭାରୀ ଶରଦ ଶର୍ମାଙ୍କ ଅନୁସାରେ, ‘ଶ୍ରୀରାମଲଲ୍ଲାଙ୍କ ସୃଙ୍ଗାର ଭୋର ୪ଟା୩୦ରେ, ମଙ୍ଗଳ ଅଳତୀ ୬ଟା୩୦ରେ ଶେଷ ହେବାପରେ ଭକ୍ତ ରାମଲଲ୍ଲାଙ୍କ ଦର୍ଶନ କରିପାରିବେ । ସେହିପରି ରାମଲଲ୍ଲାଙ୍କ ଭୋଗ ପାଇଁ ଆଳତୀ ଦିନ ୧୨ଟା ଆରମ୍ଭ ହେବ । ଏହାପରେ ସନ୍ଧ୍ୟା ଆଳତୀ ୭ଟା୩୦ରେ ହେବ । ଆଠଟାରେ ଭୋଗ ଆଳତୀ ହୋଇ ରାତି ୧୦ଟାରେ ଶୟନ ଆଳତୀ ହେବାର ସୂଚନା ଜାରି କରାଯାଇଛି ।

Related posts

ଆଜି ଭାରତ ଆସୁଛନ୍ତି ନେପାଳର ପ୍ରଧାନମନ୍ତ୍ରୀ 

mahabharatanews

ଦିଲ୍ଲୀରେ ବାଣ ଫୁଟାଇବା ନିଷିଦ୍ଧ

mahabharatanews

ହାରିସ ଆୟର୍ଲାଣ୍ଡର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ

mahabharatanews