ଓଡିଶା

ବିଜେପି ନେତାଙ୍କ ଗାଡ଼ି ଧକ୍କାରେ ଚାଲିଗଲା ଯୁବକର ଜୀବନ 

 (ସୁନ୍ଦରଗଡ) : ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ । ସୁନ୍ଦରଗଡ ସାଂସଦ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କ ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । କାମାକ୍ଷାନଗର ଥାନା ରେକୁଳା ଛକ ନିକଟରେ ହୋଇଛି  ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଜୁଏଲ ଓରାମଙ୍କ ଇନୋଭା ଧକ୍କାରେ ଜଣେ RMCA କର୍ମଚାରୀଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ଜୁଏଲ ଓରାମ ନିଜ ଇନୋଭା ଯୋଗେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ବେଳେ କାମାକ୍ଷାନଗର ଥାନା ରେକୁଳା ଛକ ଠାରେ କାମାକ୍ଷାନଗର RMCA କର୍ମଚାରୀ ସର୍ବେଶ୍ୱର ଚୌଧୁରୀଙ୍କ ବାଇକକୁ ଧକ୍କା ଦେଇଥିଲା । ଫଳରେ ସର୍ବେଶ୍ୱର ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ । ଏହା ଦେଖି ଜୁଏଲ ନିଜ ପାଇଲଟିଂ ଗାଡିରେ ସର୍ବେଶ୍ୱରଙ୍କୁ ତୁରନ୍ତ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ସର୍ବେଶ୍ୱରଙ୍କୁ ମୃତ ଘୋଷଣା କରିଛନ୍ତି ।

Related posts

ରାଜ୍ୟରେ ସଂକ୍ରମଣ ହାରର ନିମ୍ନଗତି 

mahabharatanews

ଶ୍ରୀମନ୍ଦିର ଢାଞ୍ଚାରେ ହେବ ଲିଙ୍ଗରାଜ ମନ୍ଦିରର ମୁଖ୍ୟଦ୍ୱାର

mahabharatanews

 ‘ବାତ୍ୟା ନେଇ ସୂଚନା ଦେଇ ନାହୁଁ’: IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର 

mahabharatanews