ଓଡିଶା

ଜିନ୍ଦଲ ବିରୋଧରେ ଏକତ୍ରୀତ ୩ ପଞ୍ଚାୟତ

ପାରାଦୀପ: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ଢିଙ୍କିଆ, ନୂଆଗାଁ ଓ ଗଡକୁଜଙ୍ଗ ପଞ୍ଚାୟତରେ ପ୍ରସ୍ତାବିତ ଜିନ୍ଦଲ ଷ୍ଟିଲ କମ୍ପାନୀକୁ ବିରୋଧ କରିବା ନେଇ ସ୍ଥାନୀୟ ତିନି ପଞ୍ଚାୟତର ଲୋକେ ଏକାଠି ହେଉଛନ୍ତି । ଅଜି ସ୍ଥାନୀୟ ଢିଙ୍କିଆ ପୁଲଖାଇ ମନ୍ଦିର ନିକଟରୁ ଶତାଧିକ ପୁରୁଷ ଓ ମହିଳାମାନେ ଏକ ଶୋଭାଯାତ୍ରାରେ ଆସି ପାଟଣାଠାରେ ପହଞ୍ଚିଥିଲେ । ଏଠାରେ ଜିନ୍ଦଲ ଷ୍ଟିଲ କମ୍ପାନୀ ବିରୋଧରେ ଏକ ପ୍ରତିବାଦ ସଭା କରାଯାଇଥିଲା । ଆସନ୍ତା କୋଡିଏ ତାରିଖରେ ହେବାକୁ ଥିବା କମ୍ପାନୀର ଜନ ଶୁଣାଣିକୁ ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତି ବିରୋଧ କରିବ ବୋଲି ଚେତାବନୀ ଦେଇଛି । ଏହି ସମାବେଶରେ ବାଲିକୁଦା ଏରସମାର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଲଲାଟେନ୍ଦୁ ମହାପାତ୍ର,ସିପିଅ ।ଇ ନେତା ନାରାୟଣ ରେ‡ୀ,ସମାଜସେବୀ ପ୍ରଫୁଲ୍ଲ ସାମନ୍ତରା, ବରିଷ୍ଠ ସାମ୍ବାଦିକ ରବି ଦାସ ଓ ନାରୀନେତ୍ରୀ ମନୋରମା ଖଟୁଅ ।, ପରିବେଶବିତ ଅୟଶକାନ୍ତ ରାଏ ପ୍ରମୁଖ ଯୋଗ ଦେଇଥିଲେ । ପୋସ୍କୋ ପାଇଁ ଏହି ତିନି ପଞ୍ଚାୟତର ଲୋକମାନେ ଜମି ଦେଇଥିବା ବେଳେ ଧାନ, ପାନ ମୀନକୁ ହରେଇଛନ୍ତି । ଏ ଯାଏ ଏହି ଅଞ୍ଚଳର ଲୋକମାନେ ଜୀବନଜୀବିକା ପାଇଁ ଲଡେଇ କରୁଛନ୍ତି । ତେବେ ବିଗତ ୨୦୦୫ ମସିହାରେ ବିଦେଶୀ କମ୍ପାନୀ ପୋସ୍କୋ ପାଇଁ ରାଜ୍ୟ ସରକାର ବଳ ପୂର୍ବକ ଜମି ଅଧିଗ୍ରହଣ କରିଥିଲେ । ସେତେବେଳେ ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତିର ଜୋରଦାର ଅ ।ନ୍ଦୋଳନ ଫଳରେ ଏହି ବିଦେଶୀ କମ୍ପାନୀ ଏଠାରୁ ପ୍ରତ୍ୟାହୃତ ହୋଇଥିଲା । ତେବେ ସେହି ଜମିରେ ଏବେ ରାଜ୍ୟ ସରକାର ଜିନ୍ଦଲ ଷ୍ଟିଲ କମ୍ପାନୀକୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ କୌଣସି ପ୍ରକାରରେ ଏହି ଜମିରେ କମ୍ପାନୀ କରେଇ ଦେବୁ ନାଁହି ବୋଲି ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତି ପକ୍ଷରୁ କୁହାଯାଇଛି । ପୂର୍ବରୁ ଯେଁଉ ଭଳି ଭାବେ ପୋସ୍କୋ କମ୍ପାନୀ ଓ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନକୁ ବୀରୋଧ କରାଯାଇଥିଲା ସେହିଭଳି ଏହି କମ୍ପାନୀକୁ ବିରୋଧ କରାଯିବ ବୋଲି ସଂଗ୍ରାମ ସମିତି ପକ୍ଷରୁ କୁହାଯାଇଛି ।ଏଥି ସହିତ ଆସନ୍ତା କୋଡିଏ ତାରିଖରେ ଗଡକୁଜଙ୍ଗ ଠାରେ ହେବାକୁ ଥିବା ଜନ ଶୁଣାଣିକୁ ବିରୋଧ କରାଯିବ ବୋଲି ସମିତି ପକ୍ଷରୁ ଚେତାବନୀ ଦିଅ ।ଯାଇଛି ।

Related posts

ପୁତୁରାର ଟାଙ୍ଗିଆ ଚୋଟରେ ମାଉସୀ ମୃତ

mahabharatanews

ଆଜି କଟକ ଆସୁଛନ୍ତି ମମତା ବାନାର୍ଜୀ

mahabharatanews

ଖଣ୍ଡଗିରି ଛକରୁ ଏମ୍‌ସ ଯାଏ ତିଆରି ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର

mahabharatanews