ମନୋରଞ୍ଜନ

୧୧୮.୫୦ କୋଟି ଟଙ୍କା ଆୟ କଲା ଫିଲ୍ମ ‘ଫାଇଟର୍’

(ମୁମ୍ବାଇ) : ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ଫାଇଟର୍’ ରିଲିଜ ହେବା ମାତ୍ରେ ବକ୍ସ ଅଫିସରେ ଧମାଲ କରିବା ଆରମ୍ଭ କରିଛି। ଗଣତନ୍ତ୍ର ଦିବସର ଗୋଟାଏ ଦିନ ପୂର୍ବରୁ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରକୁ ଉଭୟ ଦର୍ଶକ ଏବଂ ସମୀକ୍ଷକଙ୍କମାନେ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ସପ୍ତାହ ଶେଷରେ ଅର୍ଥାତ୍ ଏହି ଚଳଚ୍ଚିତ୍ରଟି ପ୍ରଥମ ୪ଦିନରେ ଭାରତରେ ମୋଟ ୧୧୮.୫୦ କୋଟି ଟଙ୍କା ଆୟ କରିଛି।

ସୂଚନାନୁଯାୟୀ , ‘ଫାଇଟର୍’ ରିଲିଜ୍ ହେବା ପୂର୍ବରୁ ଆଶା କରାଯାଉଥିଲା ଯେ ଫିଲ୍ମଟି ଗଣତନ୍ତ୍ର ଦିବସର ଗୋଟାଏ ଦିନ ପୂର୍ବରୁ ରିଲିଜ ହେଉଥିବାରୁ ଛୁଟିଦିନର ଭଲ ଆୟ କରିବ ବୋଲି ଆଶା କରାଯାଉଥିଲା, ଯାହା ଏବେ ପ୍ରମାଣ ହୋଇଛି। ଫିଲ୍ମଟି ଖୁବ କମ ଦିନରେ ୨୦୦କୋଟିରୁ ଅଧିକ ଟଙ୍କା ଆୟ କରିଛି। ବିଶ୍ବ ବକ୍ସ ଅଫିସର ଆୟକୁ ମିଶାଇ ଫିଲ୍ମଟି ୨୦୦କୋଟିରୁ ଅଧିକ ଟଙ୍କା ଆୟ କରିଥିବା ଜଣାପଡ଼ିଛି।

Related posts

୧୬ରେ ପରଦାକୁ ଆସିବ ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’

mahabharatanews

୮ ତାରିଖକୁ ଘୁଞ୍ଚିଲା ଟୁଟୁ ନାୟକଙ୍କ ଜାମିନ ଶୁଣାଣି

mahabharatanews

ରିଲିଜ ହେଲା ଫିଲ୍ମ ‘ଡ୍ରିମ୍ ଗାର୍ଲ ୨’ର ଟିଜର 

mahabharatanews