ଓଡିଶା

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ 

(ଭୁବନେଶ୍ୱର) : ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ସନ୍ଧ୍ୟା ୭ଟା ରେ ବସିବାକୁ ଥିବା ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିବ ।

ସୂଚନାନୁଯାୟୀ,  ଏଥିସହିତ କ୍ୟାବିନେଟ୍ ବୈଠକ ପରେ ମନ୍ତ୍ରିପରିଷଦ ବୈଠକ ବସିବ । ଏଥିରେ କାମଚଳା ବଜେଟକୁ ମଞ୍ଜୁରୀ ମିଳିବ । ଆସନ୍ତା ୫ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଛି । ଏଥି ଲାଗି କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

Related posts

‘ଜନ ଅଭିଯୋଗ ଶୁଣାଣି ମୋ ପାଇଁ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ’:ମୁଖ୍ୟମନ୍ତ୍ରୀ

mahabharatanews

ସରିଲା ଦେଶୀୟ ପକ୍ଷୀ ଗଣନା 

mahabharatanews

୮ରୁ ଗଡ଼ିବ ପାରାଦୀପ-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନ୍‌

mahabharatanews