ବିଶ୍ୱରାଜନୀତି

ଆଜି ସାଧାରଣ ନିର୍ବାଚନ ପାଇଁ ପାକିସ୍ତାନରେ ଚାଲିଛି ମତଦାନ

ଆଜି ସାଧାରଣ ନିର୍ବାଚନ ପାଇଁ ପାକିସ୍ତାନରେ ଚାଲିଛି ମତଦାନ । ଦେଶରେ ୧୩କୋଟି ଭୋଟା ବାଛିବେ ନୂଆ ସରକାର । ଏହି ନିର୍ବାଚନରେ ପାକିସ୍ତାନ ମୁସଲିମ ଲିଗର ନୱାଜ ସରିଫ୍ ଓ ପାକିସ୍ତାନ ପିପୁଲ୍ସ ପାର୍ଟିର ବିଲାୱଲ ଭୁଟ୍ଟୋ ଜରଦାରୀ ଏବଂ ଇମ୍ରାନ ଖାନଙ୍କ ପାକିସ୍ତାନ ତେହରିକ-ଇ ଇନସାଫର ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହେଉଛି । ଏହି ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ଙ୍କୁ ସେନାର ସମର୍ଥନ ମିଳିଥିବା କୁହାଯାଉଥିବାରୁ ସେ ଏହି ରେସରେ ସବୁଠୁ ଆଗରେ ଅଛନ୍ତି । ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ନୱାଜ ସରିଫ୍ ବୋଲି କୁହାଯାଉଛି ।

Related posts

ରାଜ୍ୟସଭାରେ ଉତ୍ତେଜନା ସୃଷ୍ଟି କରିଥିବା ୮ ସାଂସଦ ନିଲମ୍ବିତ

mahabharatanews

ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଟକ ପାରାଦୀପ ରାଜପଥ ଅବରୋଧ

mahabharatanews

ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି

mahabharatanews