ଓଡିଶା

ସୁନାବେଡ଼ା ଅଭୟାରଣ୍ୟରେ ଯବାନ ଓ ମାଓବାଦୀ ମୁହାଁମୁହିଁ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ମଧ୍ୟରେ ସିଆରପିଏଫ୍ ଯବାନ ଓ ମାଓବାଦୀ ମୁହାଁମୁହିଁ । ବରକୋଟ ଘାଟିରେ କୁମ୍ବିଂ ଅପରେସନ ବେଳେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏ ପର୍ୟ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳି ନ ଥିବା ବେଳେ ବର୍ତ୍ତମାନ ପର୍ୟ୍ୟନ୍ତ କୁମ୍ବିଂ ଅପରେସନ ଜାରି ରହିଥିବା ଜଣାପଡିଛି। ସୁନାବେଡ଼ା ଅଭୟାରଣ୍ୟ ବାରକୋଟ ଘାଟି ଠାରେ ମାଓବାଦୀ ଏବଂ ସିଆରପିଏଫ୍ ଯବାନ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ବାରକୋଟ କ୍ୟାମ୍ପରୁ ଯବାନ ମାନେ ସୁନାବେଡ଼ାକୁ କୁମ୍ବିଂ କରି ଫେରୁଥିବା ବେଳେ ବାରକୋଟ ଘାଟି ଠାରେ ମାଓବାଦୀମାନେ ଅତର୍କିତ ଭାବେ ଗୁଳି ଚଳାଇ ଥିଲେ। ଏହାର ଜବାବରେ ସିଆରପିଏଫ୍ ଯବାନ ମାନେ ଗୁଳି ଚାଳନା କରିଥିଲେ। ଘଟଣାସ୍ଥଳରେ ସିଆରପିଏଫର ବରିଷ୍ଠ ଅଧିକାରୀ ମାନେ ପହଞ୍ଚିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।

Related posts

ରଥ ପ୍ରସଙ୍ଗରେ ପୁନର୍ବିଚାର ପାଇଁ ସୁପ୍ରିମ କୋର୍ଟରେ ଆବେଦନ

mahabharatanews

ବେକରେ ଶାଢୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା

mahabharatanews

ପିକ୍ଅପ୍ ଭ୍ୟାନ ଧକ୍କାରେ ୧ ମୃତ, ୨ ଗୁରୁତର

mahabharatanews