ରାଇରଙ୍ଗପୁର / ସତ୍ୟାନାରୟଣ ପାଲ: ମୟୂରଭଞ୍ଜ ଜିଲ୍ଲର ରାଇରଙ୍ଗପୁର ସହରର କୁଚେଇବୁଢୀ ଗ୍ରାମର ଵହୁ ପ୍ରସିଦ୍ଧ ପୂର୍ଣେଶ୍ବର ବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ତ୍ରିଦିବସୀୟ ଯଜ୍ଞ ଧୂମଧାମରେ ଆରମ୍ଭ ହୋଇଛି । ପ୍ରଥମ ଦିବସରେ ଅଙ୍କୁରାରୋପଣ ଓ ମଣ୍ଡଳାଧୀଵାସ କରାଯାଇଥିଲା । ସେହିପରି ୨ୟ ଦିବସରେ ସ୍ଥାନୀୟ ବଡବନ୍ଧରୁ ମହିଳା ଶ୍ରଦ୍ଧାଳୁଙ୍କ ଦ୍ବାରା ୧୦୮ କଳଶ ଲାଗି କାର୍ଯ୍ୟ କରିଥିଲେ ।ପରେ ଜଳଯାତ୍ରା ସମାପନ ପରେ ଯଜ୍ଞ ମଣ୍ଡପ ପ୍ରବେଶ, ଶାଳାରେ ଦେବତା ମାନଙ୍କ ଆବାହନ ସ୍ଥାପନ, ପୂଜନ, ମୂଳମନ୍ତ୍ର ଜପ, ଅଗ୍ନି ସଂସ୍କାର, ତର୍ପଣ, ମାର୍ଜନା, ଆରତୀ ଓ ପୁଷ୍ପାଞ୍ଜଳି କରାଯାଇଥିଲା । ତୃତୀୟ ଦିବସରେ ପ୍ରାତଃ ସୂର୍ଯ୍ୟ ପୂଜା, ଗୁରୁ ପୂଜା, ଧରିତ୍ରୀ ପୂଜା, ଗୋ ପୂଜା, ଦ୍ଵାରପାଳ ପୂଜା, ଶାଳମଣ୍ଡପ ଦେବତାମାନଙ୍କ ପୂଜା, ଜପାଙ୍ଗ ବିଧି, ରୁଦ୍ର ହୋମ, ସପ୍ତ ଚଣ୍ଡୀ ହୋମ, ଆରତୀ ଓ ପୁଷ୍ପାଞ୍ଜଳି କରାଯାଇଛି । ସେହିପରି ଅନ୍ତିମ ଦିନରେ ସୂର୍ଯ୍ୟ ପୂଜା, ଶାଳ ମଣ୍ଡପରେ ପୂଜନ, ଜୁଆଙ୍ଗ ବିଧି, ଶ୍ରୀମଦ୍ ଗୀତା ହବନ, ପୂର୍ଣ୍ଣାହୁତି, ଆରତୀ ଓ ପୁଷ୍ପାଞ୍ଜଳି କରାଯିବ । ପ୍ରତ୍ୟେକ ଦିନ ଵେଦପାଠ, ଚଣ୍ଡୀପାଠ, ରୁଦ୍ରାଭିଷେକ, ବିଷ୍ନୁସହସ୍ର ନାମ ପାଠ, ଗୋପାଳ ସହସ୍ରନାମ ପାଠ, ନୃସିଂହ ସହସ୍ର ନାମ ପାଠ, ଜଗନ୍ନାଥ ସହସ୍ରନାମ ପାଠ କରାଯାଉଛି । ଏହି ପୂଜା କାର୍ଯ୍ୟକ୍ରମ ପୁରୀ ର ବିଶିଷ୍ଟ ବିଦ୍ୟାନ ପଣ୍ଡିତ ସତ୍ୟ ନାରାୟଣ ତ୍ରୀପାଠୀ, ପ୍ରତାପ ଚନ୍ଦ୍ର ମିଶ୍ର ଏବଂ ଭାରତର ତଥା ଢେଙ୍କାନାଳର ବିଶିଷ୍ଟ ସଂସ୍କୃତ ବିଦ୍ୱାନ ପଣ୍ଡିତ ଶ୍ରୀକାନ୍ତ ନନ୍ଦ, ପ୍ରମୋଦ ଦାସ, ରଶ୍ମୀରଂଜନ ରଥ, ଅରୂପ ମିଶ୍ର, ବ୍ରଜମୋହନ ପଣ୍ଡା ବେଦମନ୍ତ୍ରରେ ଯଜ୍ଞ କାର୍ଯ୍ୟକ୍ରମ ତୁଲାଇଥିଲେ । କର୍ତ୍ତା ଭାବରେ ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର ଏବଂ ତାଙ୍କ ସହଧର୍ମିଣୀ ମାନସୀ ମହାପାତ୍ର ଦାୟିତ୍ଵ ନିଭାଉଛନ୍ତି । ବାମନଘାଟୀ ବ୍ରାହ୍ମଣ କମିଟି ତରଫରୁ ସମସ୍ତଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଛି । ରାଇରଙ୍ଗପୁର ସହରର ସମଗ୍ର ଅଂଚଳ ହରହର ମହାଦେବ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଛି । ଶଙ୍ଖ, ହୁଳହୁଳି ବେଦମନ୍ତ୍ରରେ ଏକ ଭକ୍ତୀମୟ ପରିବେଶ ହୋଇ ଉଠିଛି ।