(ମୁମ୍ବାଇ) : ବଲିଉଡ କିଙ୍ଗ୍ ଶାହାରୁଖ ଖାନଙ୍କ ‘ଡଙ୍କି’ ବକ୍ସ ଅଫିସରେ ବେଶ୍ ଭଲ ଆୟ କରିଛି । ଗତ ବର୍ଷ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର କାହାଣୀ ବେଶ୍ ଲୋକପ୍ରିୟତା ହାସଲ କରିଥିଲା । ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରର OTT ଷ୍ଟ୍ରିମିଂକୁ ଅପେକ୍ଷା କରିଥିଲେ ।
ସୂଚନାନୁଯାୟୀ ,’ଡଙ୍କି’ OTT ରେ ରିଲିଜ୍ ହୋଇଛି ଯାଇଛି । ଚାଲନ୍ତୁ ଜାଣିବା କେଉଁ OTT ପ୍ଲାଟଫର୍ମରେ ଆପଣ ଶାହାରୁଖ ଖାନଙ୍କ ଏହି ଫିଲ୍ମ ଦେଖିପାରିବେ । ଏହି ଚଳଚ୍ଚିତ୍ରକୁ ନେଇ ଦୀର୍ଘ ସମୟ ଧରି ଚର୍ଚ୍ଚା ହେଉଛି । ରାଜକୁମାର ହିରାନୀଙ୍କ ଡଙ୍କି ଶେଷରେ OTT ରେ ମୁକ୍ତିଲାଭ କରିଛି । ଆଜ୍ଞା ହଁ, ନେଟଫ୍ଲିକ୍ସ ଏହି ଚଳଚ୍ଚିତ୍ରର ଅଧିକାର କିଣିଛି । ବର୍ତ୍ତମାନ ଆପଣ ଏହି ଫିଲ୍ମ ନେଟଫ୍ଲିକ୍ସ ଦେଖିପାରିବେ । ଏହାର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଅଫିସିଆଲ୍ ପୋଷ୍ଟ ସେୟାର କରି ନେଟଫ୍ଲିସ୍ ଏନେଇ ସୂଚନା ଜାରି କରିଛି ।