ଓଡିଶା

ବିସ୍ଫୋରଣରେ ୨ ଯବାନ ଗୁରୁତର

(ବୌଦ୍ଧ) : ସର୍ଚ୍ଚ ଅପରେସନ ସମୟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ଫଳରେ ଏକାଧିକ SOG ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ନଳୀକୁମ୍ପା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ବିସ୍ଫୋରଣ ହୋଇଛି । ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଯବାନ ଆହତ ହୋଇଛନ୍ତି । ବିସ୍ଫୋରଣରେ ୨ଜଣ SOG ଯବାନ ଗୁରୁତର ଆହତ ହୋଇଥିବା ସୂଚନା ରହିଛି।

ସୂଚନାନୁଯାୟୀ ,ଆଜି ସକାଳେ ଯବାନ ମାନେ ନଳୀକୁମ୍ପା ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିଲେ । ନକ୍ସଲମାନେ ଯବାନଙ୍କ ଗାଡ଼ିକୁ ଓଡ଼ାଇ ଦେବାକୁ ଲ୍ୟାଣ୍ଡମାଇନ ଖଞ୍ଜି ରଖିଥିଲେ। ଯବାନ ସେହି ରାସ୍ତାଦେଇ ଯିବା ବେଳେ ବିସ୍ଫୋରଣ ହୋଇଥିଲା। ଏଥିରେ ୨ଜଣ SOG ଯବାନ ଗୁରୁତର ଆହତ ହୋଇଥିଲେ । ଆହତ ଯବାନଙ୍କୁ ପ୍ରଥମେ କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଯବାନମାନେ କମ୍ବିଂ ଅପରେସନ କରୁଥିବା ବେଳେ ହଠାତ ଆଇଇଡି ବିସ୍ଫୋରଣ ହୋଇଥିବା ନେଇ ସୂଚନା ମିଳିଛି ।

Related posts

ରାୟଗଡ଼ା ଘଟଣାକୁ ନେଇ ଜାତୀୟ ମହିଳା ଆୟୋଗ ସ୍ୱତଃପ୍ରବୃତ୍ତ ଭାବେ ମାମଲା ରୁଜୁ କରିଛି

mahabharatanews

୪ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର

mahabharatanews

ରଥ ଚଉପଟ ଲାଗି ସମ୍ପନ୍ନ

mahabharatanews