ଓଡିଶା

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂହ

(ଦିଲ୍ଲୀ) :   ୨୨ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଗସ୍ତ ସମୟରେ ରାଜନାଥ ତିନୋଟି ଜିଲ୍ଲା ନବରଙ୍ଗପୁର, ଗଂଜାମ ଓ ମୟୂରଭଞ୍ଜରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ନବରଙ୍ଗପୁର ଓ ମୟୂରଭଂଜରେ କୋର କମିଟି ବୈଠକରେ ଯୋଗ ଦେବେ । ଗଂଜାମରେ ଆୟୋଜିତ କର୍ମୀ ସମ୍ମିଳନୀରେ ସାମିଲ ହୋଇ ୨୦୨୪ ନିର୍ବାଚନ ରଣନୀତି ବାବଦରେ ସମ୍ବୋଧନ କରିବେ ।

ସୂଚନାନୁଯାୟୀ , ସେ ପୂର୍ବାହ୍ନ ୧୦ଟାରେ ନୂଆଦିଲ୍ଲୀରୁ ଜଗଦଲପୁର ବିମାନ ଯୋଗେ ଆସି ପହଞ୍ଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ ନବରଙ୍ଗପୁର ଆସିବେ । ସେ ଏଠାରେ ୪ଟି ଲୋକସଭାର ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ବୈଠକରେ ଯୋଗଦେବେ । ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲାର ବିଜେପି କାର୍ଯ୍ୟକର୍ତ୍ତାମାନେ ଯୋଗଦେବେ । ଏଥିପାଇଁ ଦଳ ପକ୍ଷରୁ ସର୍କିଟ ହାଉସ ପଡିଆରେ କାର୍ଯ୍ୟକ୍ରମ ପାଇଁ ଯୋଜନା କରାଯାଇଛି । ଏଠାରୁ ସେ କାର୍ଯ୍ୟକ୍ରମ ସାରି ବ୍ରହ୍ମପୁର ଓ ପରେ ମୟୁରଭଞ୍ଜ ଯିବାର କାର୍ଯ୍ୟକ୍ରମ ରହିଛି ।

Related posts

ଧାନ ଫସଲରେ ପ୍ରବଳ ଗଣ୍ଠି ପୋକ, ଅମଳ ହାନି ହେବା ସମ୍ବାବନା

mahabharatanews

ମାହାଙ୍ଗା ଡବଲ ମର୍ଡର ଘଟଣା: ତେଜିଲା ପ୍ରତାପଙ୍କ ବହିଷ୍କାର ଦାବି

mahabharatanews

ବୃଦ୍ଧଙ୍କୁ ପ୍ରାଣାନ୍ତକ ଆକ୍ରମଣ

mahabharatanews