ଓଡିଶା

ଦୈନିକ ବଢୁଛି ତାତି 

(ଭୁବନେଶ୍ୱର) : ରାଜ୍ୟରୁ ଗାୟବ ହୋଇଗଲାଣି ଶୀତ । ଉଭୟ ଦିନ ଓ ରାତ୍ରିର ତାପମାତ୍ରା ବୃଦ୍ଧି ପାଇଛି । ଆସନ୍ତାକାଲି ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବାକୁ ଥିବା ବେଳେ, ତାପମାତ୍ରା ୩୫ରୁ ୩୭ ଡିଗ୍ରୀ ମଧ୍ୟରେ ରହିବ। ଏବେଠାରୁ ଜନଜୀବନ କଲବଲ ହୋଇଗଲା । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସୂଚନାନୁଯାୟୀ , ଦିନରେ ରାଜ୍ୟକୁ ଉତର-ପଶ୍ଚିମ ଦିଗରୁ ଶୁଷ୍କବାୟୁ ପ୍ରବେଶ କରୁଥିବାରୁ ତାପମାତ୍ରା ବଢୁଛି । ଆକାଶ ନିର୍ମଳ ରହିବା ସହ ପାରଦ ୩୫-୩୬ ଡିଗ୍ରୀ ଉପରେ ରହୁଛି । ଗତକାଲି ଭୁବନେଶ୍ୱରରେ ତାପମାତ୍ରା ୩୭ ଡିଗ୍ରୀ ଛୁଇଁଥିଲା । ସୋମବାର ଭାବନୀପାଟଣାରେ ଦିନର ସର୍ବାଧିକ ତାପମାତ୍ରା ୩୬.୫ ଡିଗ୍ରୀ ଥିଲା । ତେବେ ୨୨ରୁ ତାତି ଟିକେ କମିବ ବୋଲି ଅନୁମାନ କରୁଛି ପାଣିପାଗ ବିଭାଗ । ଉପକୂଳ ଓ ଦକ୍ଷିଣ ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି ।

Related posts

ବିଜେଡିରୁ ବିଦା ହେଲେ ରାଜେନ୍ଦ୍ର

mahabharatanews

ଦଙ୍ଗା ସୃଷ୍ଟି କାରିଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ରାଇରଙ୍ଗପୁରରେ ବିଜେପି ତରଫରୁ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

mahabharatanews

ଚନ୍ଦକା ଥାନାକୁ ବଦଳିଲେ ଟ୍ରାଫିକ ଥାନା ଅଧିକାରୀ

mahabharatanews