ମନୋରଞ୍ଜନ

ବିରୁଷ୍କାଙ୍କ ଘରେ କୁନି ଅତିଥି ‘ଆକାୟ’

(ମୁମ୍ବାଇ) :  ବିରୁଷ୍କାଙ୍କ ଘରେ କୁନି ଅତିଥି । ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଦ୍ୱିତୀୟ ଥର ପାଇଁ ପିତାମାତା ହୋଇଛନ୍ତି। ଅନୁଷ୍କା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ସେ ଏହି ସୂଚନା ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ୧୫ ଫେବୃଆରୀରେ ସେ ତାଙ୍କର ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିଥିବା କହିଛନ୍ତି। ଦୀର୍ଘ ଦିନ ଧରି ଅନୁଷ୍କା ଶର୍ମା ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଅନୁଷ୍କା ଶର୍ମା ଗର୍ଭବତୀ ଥିବା ଖବର ଉପରେ ନିରବ ଥିଲେ ବିରାଟ କୋହଲି ।

ଏଥିସହ ଅନୁଷ୍କା ତାଙ୍କ ପୁଅର ନାମ ମଧ୍ୟ ପ୍ରକାଶ କରିଛନ୍ତି। ଅନୁଷ୍କା ଶର୍ମା ପୋଷ୍ଟରେ ଲେଖିଛନ୍ତି- ‘ଆମେ ସମସ୍ତଙ୍କୁ ଜଣାଇ ଖୁସି ଯେ ଫେବୃଆରୀ ୧୫ରେ, ଆମେ ଭାମିକାଙ୍କ ସାନ ଭାଇ ତଥା ଶିଶୁପୁତ୍ର ଆକାୟଙ୍କୁ ଏହି ଦୁନିଆରେ ସ୍ୱାଗତ କରିଥିଲୁ!

Related posts

ଫିଲ୍ମ ‘ଅଲ ଇଣ୍ଡିଆ ରାଙ୍କ’ର ଟ୍ରେଲର ରିଲିଜ

mahabharatanews

୧୦୦ କୋଟି କ୍ଲବରେ ସାମିଲ ହେଲା  ଫିଲ୍ମ ଟାଇଗର-୩’

mahabharatanews

 ରଣବୀରଙ୍କ ଜିମ୍ ଟ୍ରେନର ସେୟାର କଲେ ଏଭଳି ଭିଡିଓ 

mahabharatanews