ଓଡିଶା

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩କଳାକାର ମୃତ

(କେନ୍ଦ୍ରାପଡା) : ସକାଳୁ ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଚିଛି । କେନ୍ଦ୍ରାପଡ଼ା ଜିଲ୍ଲା ଓସ୍ତପୁର ନିକଟରେ ସଡ଼କ ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣ ଆହତ ହୋଇଛନ୍ତି । ତେବେ ବୋଲେରୋଟି ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଦୁର୍ଘଟଣା ଘଟିଛି । ସମସ୍ତେ କଳାକାର ବୋଲି ଜଣାଯାଇଛି ।

ସୂଚନାନୁଯାୟୀ , ଆହତମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏମିତି ପାଗ ସୂଚନା ଅନୁସାରେ, ଆଜି ସକାଳେ ନରଣପୁରରୁ ଡ୍ରାମା ରିହରସାଲ୍ ସାରି ବୋଲେରୋ ଯୋଗେ ନିଜ ଗାଁକୁ ଫେରୁଥିଲେ କଳାକାର । ଏହି ସମୟରେ ଓସ୍ତପୁର ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା । ଗାଡ଼ି ଭିତରେ ୭ଜଣ କଳାକାର ଥିଲେ । ସେମାନଙ୍କ ମଧ୍ୟରେ ୫ଜଣ ମହିଳା ଓ ୨ଜଣ ପୁରୁଷ ଥିବା ଜଣାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।

Related posts

ରାଇରଙ୍ଗପୁରରେ ‘ମୋ ଖତ’ ବିକ୍ରୟ କେନ୍ଦ୍ର ଉଦଘାଟିତ

mahabharatanews

ଇଣ୍ଡିଆସ୍କିଲ୍ ଆଞ୍ଚଳିକ ପ୍ରତିଯୋଗିତା ୨୦୨୫- ୨୬ର ଶୁଭାରମ୍ଭ

mahabharatanews

ଗୁଳିମାଡରେ ଔଷଧ ଦୋକାନୀ ମୃତ, ଡାକ୍ତର ଗୁରୁତର

mahabharatanews