ଓଡିଶା

ନୁଆ ରୂପ ପାଇବ କଟକ ଜେଲ୍‌

(କଟକ) : ନୁଆଁ ରୂପ ପାଇବ କଟକ ଜେଲ୍‌। ଏବେ ନବୀକରଣ କାର୍ଯ୍ୟ ଜୋରଦାର୍‌ ଚାଲିଥିବା ବେଳେ ନିର୍ବାଚନ ପରେ ଏହା ଲୋକାର୍ପିତ ହେବ। କଟକ ଜେଲ୍‌ର ଯେଉଁ ୧୫ନଂ ସେଲ୍‌ ରହିଛି, ତାହା ମଧ୍ୟରେ ସେ ସମୟର ପୁରୁଣା ଜିନିଷଗୁଡ଼ିକୁ ସଂଗ୍ରହ କରି ରଖାଯିବ।

ସୂଚନାନୁଯାୟୀ , ୧୯୩୬ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେବା ସମୟରେ ଏହା ସେଣ୍ଟ୍ରାଲ୍‌ ଜେଲ୍‌ରେ ପରିଣତ ହୋଇଥିଲା। ଆରମ୍ଭରୁ ଏଠାରେ ମହିଳା କଏଦୀଙ୍କ ରହିବା ପାଇଁ ବ୍ୟବସ୍ଥା ନଥିଲା। କିନ୍ତୁ ପରେ ମହିଳା ଅନ୍ତେବାସୀଙ୍କ ରହିବା ‌ବ୍ୟବସ୍ଥା ହେଲା। କଏଦୀଙ୍କ ସଂଖ୍ୟା ବଢ଼ିବାରୁ ସଂପ୍ରସାରଣ ହେବା ପାଇଁ ୧୯୮୮ମସିହା ବେଳକୁ ଏହା ଚୌଦ୍ବାରକୁ ସ୍ଥାନାନ୍ତରିତ ହେଲା। ଯଦିଓ ସଂପୂର୍ଣ୍ଣ ଜେଲ୍‌ଟି ଥିଲା, ବିଭିନ୍ନ ସମୟରେ ଏହାକୁ ଭଙ୍ଗାଯାଇ ଏବେ କେବଳ ୧୫ନଂ ସେଲ୍‌ଟି ରହିଛି। ୭୦ଫୁଟ୍ ଲମ୍ବ ଓ ୩୦ଫୁଟ ଓସାର ବିଶିଷ୍ଟ ସେଲ୍‌ଟି ଓଡ଼ିଶା ସ୍ବାଧୀନତା ସଂଗ୍ରାମର ଅନ୍ତୁଡ଼ିଶାଳ ଥିଲା।

Related posts

ପରିକ୍ରମା ପ୍ରକଳ୍ପ : ଆସନ୍ତାକାଲିଠୁ ନିମନ୍ତ୍ରଣ ପତ୍ର ବଣ୍ଟନ

mahabharatanews

୯୬ ନୂତନ ପଜିଟିଭ ଚିହ୍ନଟ ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯

mahabharatanews

ହଟିଲା କଟକ ପଟାପୋଲ କଣ୍ଟେନମେଣ୍ଟ କଟକଣା

mahabharatanews