ଓଡିଶା

ମାଘ ପୂର୍ଣ୍ଣିମାରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ

(ନୂଆଦିଲ୍ଲୀ): ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଏହି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ ବିଭିନ୍ନ ନଦୀରେ ବୁଡ଼ ପକାଇଛନ୍ତି । ମାଘ ମାସର ପୂର୍ଣ୍ଣିମା ତିଥିରେ ବୁଡ଼ ପକାଇଲେ ପାପକ୍ଷୟ ହୋଇଥାଏ ବୋଲି ଆସ୍ଥା ଓ ବିଶ୍ୱାସ ରହିଛି । ହିନ୍ଦୁ ଧର୍ମାବଲମ୍ବୀମାନେ ନଦୀ ସହିତ ପୋଖରୀରେ ମଧ୍ୟ ଆଧ୍ୟାତ୍ମିକ ବୁଡ଼ ପକାଇଥାନ୍ତି । ଉତ୍ତରପ୍ରଦେଶର ବାରାଣସୀରେ ମଧ୍ୟ ଆଜି ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ଗଙ୍ଗାନଦୀରେ ପକାଇଛନ୍ତି ।

ସେହିପରି ପଶ୍ଚିମବଙ୍ଗ ଓ ବିହାର ଦେଇ ପ୍ରବାହିତ ହୋଇଥିବା ପବିତ୍ର ନଦୀଗୁଡ଼ିକରେ ଶ୍ରଦ୍ଧାଳୁମାନେ ଆଜି ବୁଡ଼ ପକାଇଥିବା ଜଣାଯାଇଛି । ଓଡ଼ିଶାରେ ମାଘ ମାସକୁ ପବିତ୍ର ମାସ ଭାବେ ଗ୍ରହଣ କରାଯାଇଥାଏ । ତେଣୁ ରାଜ୍ୟର ବିଭିନ୍ନ ସ୍ଥାନରେ ଧାର୍ମିକ କାର୍ୟ୍ୟମୂଳକ ନାମ, ଯଜ୍ଞର ଆୟୋଜନ ହୋଇଥାଏ । ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ପାଦଦେଶରେ ମାଘ ମେଳାର ଆୟୋଜନ ହେଉଥିବା ବେଳେ ଚନ୍ଦ୍ରଭାଗାରେ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି ।

Related posts

ଆଜି ମହିଳାଙ୍କୁ ମିଳିବାକୁ ଯାଉଛି ସୁଭଦ୍ରା ଟଙ୍କା, ଜାଣନ୍ତୁ ସମୟ

mahabharatanews

ତାଳପଦା ସାଇଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ୫୦୦ ମାସ୍କ ବଣ୍ଟନ

mahabharatanews

ଘନ କୁହୁଡ଼ି ଯୋଗୁଁ ଭୁବନେଶ୍ୱରରେ ବିମାନ ଚଳାଚଳ ବାଧାପ୍ରାପ୍ତ

mahabharatanews