ଓଡିଶା

କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା

(ଭୁବନେଶ୍ୱର) : ଦିନକୁ ଦିନ ବଢୁଛି ତାତି । ରାଜ୍ୟରେ ଆଜି ୭ଟି ସହରର ଦିନର ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ସେଲ୍‌ସିୟସ ବା ତା’ ଉପରେ ରେକର୍ଡ ହୋଇଛି । ଆସନ୍ତାକାଲି ଠାରୁ ଦୁଇ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ସେହିପରି ୭ ଓ ୮ ତାରିଖ ବେଳକୁ କିଛି ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ସୂଚନାନୁଯାୟୀ , ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଏବଂ ଦେବଗଡ ରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୬ତାରିଖରେ ସାରା ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି ଏବଂ ନବରଙ୍ଗପୁର ରେ ସ୍ବାଭାବିକ ଠାରୁ ୨-୪ଡିଗ୍ରୀ ପର୍ଯ୍ୟନ୍ତ ଉପରେ ରହିବ ତାତି । ଉଭୟ ଦିନ ଓ ରାତ୍ରି ର ତାପମାତ୍ରା ଅଧିକ ରହିବ । ଗତ ୨୪ଘଣ୍ଟା ମଧ୍ୟରେ ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ,ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି ।

Related posts

ଆର୍ଡମିଟ କାର୍ଡ ନମିଳିବାରୁ ପରୀକ୍ଷା ଦେଇପାରିଲେ ନାହିଁ ଛାତ୍ର ଛାତ୍ରୀ

mahabharatanews

ରଥ ଚଉପଟ ଲାଗି ସମ୍ପନ୍ନ

mahabharatanews

୧୬ ନମ୍ବର ଜାତୀୟ ରାଜପଥର ଡାହାଣୀଗଡ଼ିଆ ଛକରେ  କଣ୍ଟେନରରେ ନିଆଁ, ୪ ଆହତ

mahabharatanews