ଓଡିଶା

ଖୋଲିଲା ବାହାନଗା ସ୍କୁଲ୍

(ବାଲେଶ୍ଵର) :  ଆଜି ଖୋଲିଲା ବାହାନଗା ସ୍କୁଲ୍ । ନୂଆ ଶ୍ରେଣୀଗୃହ ନିର୍ମାଣ ପରେ ଖରା ଛୁଟି ଶେଷ ହେବା ପରେ ସ୍କୁଲ୍ ଖୋଲିଛି । ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶହ ଶହ ଯାତ୍ରୀଙ୍କ ମୃତଦେହ ଏହି ସ୍କୁଲରେ ରଖାଯାଇଥିଲା । ପରେ ମୃତଦେହ ଗୁଡ଼ିକୁ ସେଠାରୁ ସ୍ଥାନାନ୍ତର କରାଯିବା ପରେ ମଧ୍ୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଥିଲା । ଫଳରେ ପ୍ରଶାସନ ପକ୍ଷରୁ ସଂପୃକ୍ତ ଶ୍ରେଣୀଗୃହ ଗୁଡ଼ିକ ଭଙ୍ଗା ଯାଇ ନୂତନ ଶ୍ରେଣୀ ଗୃହ ନିର୍ମାଣ କରାଯାଇଛି ।

ସୂଚନାନୁଯାୟୀ , ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୭  ଜିଲ୍ଲାରେ ଯଥାକ୍ରମେ 22 ଓ 23 ରେ ସ୍କୁଲ୍ ଖୋଲାଯିବ   ଏପରିକି ଏହି 7 ଜିଲ୍ଲାରେ ସକାଳୁଆ ସ୍କୁଲ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଆସନ୍ତାକାଲି ସ୍କୁଲ ଖୋଲିବ ।

Related posts

ବନ୍ଧାକୋବି ଚାଷରୁ ମିଳିଲାନି ଲାଭ

mahabharatanews

ଉନ୍ନତ କାର୍ଯ୍ୟ ପାଇଁ ବ୍ଲକ କର୍ମଚାରୀଙ୍କୁ ପୁରସ୍କୃତ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ

mahabharatanews

ରାଜ୍ୟରେ କରୋନା ସଂକ୍ରମଣ କମିଛି ; ୧୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews