ମନୋରଞ୍ଜନ

ଗୋଟିଏ ଘରୁ ଚାଲିଗଲେ ଟେଲି ଅଭିନେତ୍ରୀ ଓ ତାଙ୍କ ଭଉଣୀ

(ମୁମ୍ବାଇ) : ପରଲୋକରେ ଟେଲିଭିଜନ ଅଭିନେତ୍ରୀ ଡୋଲି ସୋହିଙ୍କ ଶୁକ୍ରବାର ମୃତ୍ୟୁ ହୋଇଥିବାର ଖବର ଆସିଛି। ତେବେ ତାଙ୍କ ପରିବାର ପକ୍ଷରୁ ପୋଷ୍ଟ କରାଯାଇଛି ଯେ , ଆଜି ସକାଳେ ଝିଅ ଡୋଲି ଆମ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ଗତ ରାତି‌ରେ ଆମର ସାନ ଝିଅ ଅମନଦୀପ ସୋହିଙ୍କର ମୃତ୍ୟୁ ହୋଇଥିଲା। ଅମନଦୀପ ଜଣ୍ଡିସରେ ପୀଡିତ ଥିବା ବେଳେ ଡୋଲି ୨୦୨୩ରେ ଗର୍ଭାଶୟ କର୍କଟରେ ପୀଡ଼ିତ ଥିବା ଜଣାପଡ଼ିଥିଲା।

ସୂଚନାନୁଯାୟୀ , ଡୋଲିଙ୍କୁ କିଛିଦିନ ତଳେ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା। ତେଣୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟରେ ଧୀ‌ରେଧୀରେ ତାଙ୍କର ଉନ୍ନତୀ ଆସୁଥିଲା। କି‌ମୋଥେରାପି ଆରମ୍ଭ ହେବା ପରଠାରୁ ସେ ଆଉ ସୁଟିଂ କରି ପାରିଲେ ନାହି। ହସ୍ପିଟାଲରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଖବର ମିଳିଥିବା ବେଳେ ହଠାତ ତାଙ୍କର ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଖବର ଆସିଥିଲା।

Related posts

“ମେନକା ଗାନ୍ଧି ଆମ ପରିବାରକୁ ଶାନ୍ତି ବଞ୍ଚିବାକୁ ଦିଅନ୍ତୁ” : ଏଲଭିଶଙ୍କ ବାପା

mahabharatanews

ବଢୁଛି ରଜନୀକାନ୍ତଙ୍କ କ୍ରେଜ; ଧମାଲ କରୁଛି  ଫିଲ୍ମ ‘ଜେଲର’ 

mahabharatanews

୨୩ରେ ମୁକ୍ତିଲାଭ କରିବ ୱେବ୍ ସିରିଜ୍ ‘ପୋଚର୍’ 

mahabharatanews