ଓଡିଶାମନୋରଞ୍ଜନ

ଆଉ ଗୋଟିଏ ଦିନ ବୃଦ୍ଧି ହେଲା କଟକ ବାଲିଯାତ୍ରାର ଅବଧି

କଟକ ବାଲିଯାତ୍ରାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ବଢିଲା କଟକ ବାଲିଯାତ୍ରାର ଅବଧି । ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି ହୋଇଛି । ବାଲିଯାତ୍ରାର ଅବଧି ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ଏହାଦ୍ୱାରା ବାଲିଯାତ୍ରା ଆଜି ୧୨ ତାରିଖ ପରିବର୍ତ୍ତେ ଆସନ୍ତାକାଲି ୧୩ ତାରିଖ ଦିନ ଉଦଯାପିତ ହେବ । ତେବେ ବାଲିଯାତ୍ରା ପ୍ରତି ସାଧାରଣ ଲୋକଙ୍କ ଆକର୍ଷଣ ଓ ଆଗ୍ରହ ତଥା ମେଳାରେ ବ୍ୟବସାୟୀମାନଙ୍କ କାରବାରକୁ ନଜରରରେ ରଖି ମୁଖ୍ୟମନ୍ତ୍ରୀ ଏହାର ଅବଧି ବୃଦ୍ଧି କରିଛନ୍ତି । ତେବେ କଟକ ବାଲିଯାତ୍ରାର ଅବଧି ଆଉ ଦୁଇଦିନ ବଢାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କଟକ ମେୟର । ଏହାପରେ ଦୁଇଦିନ ପରିବର୍ତ୍ତେ ଗୋଟିଏ ଦିନ ଅବଧି ବୃଦ୍ଧି କରିବା ପାଇଁ ଅନୁମତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ନଭେମ୍ବର ୫ରେ ଆରମ୍ଭ ହୋଇଥିବା ବାଲିଯାତ୍ରା ଆଜି ଶେଷ ହୋଇଥାନ୍ତା । ତେବେ ବର୍ତ୍ତମାନ ଆଜି ବଦଳରେ ଆସନ୍ତାକାଲି ଶେଷ ହେବ ବାଲିଯାତ୍ରା ।

Related posts

କିଙ୍ଗ ଖାନଙ୍କୁ ଏକ ବିଲେଇ ଫଟୋ ଉପହାର 

mahabharatanews

ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ସୁରକ୍ଷା ସତର୍କତା ଜାରି କରିଛି ଗୁଗଲ୍ ।

mahabharatanews

ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଶ୍ରମିକ ଆହତ

mahabharatanews