ଓଡିଶା

ବନାଗ୍ନି ନିୟନ୍ତ୍ରଣ ପାଇଁ ଶିମିଳିପାଳରେ ସ୍ୱତନ୍ତ୍ର ପଦକ୍ଷେପ 

(ଶିମିଳିପାଳ) : ଶିମିଳିପାଳରେ ବନାଗ୍ନି ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ । ଅତ୍ୟାଧୁନିକ ପଦ୍ଧତି ଦ୍ୱାରା ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରାଯିବ । ୫ ଟି ସ୍ଥାନରେ ଲାଗିବ ୩୬୦ ଡିଗ୍ରୀର ପାୱାର ଫୁଲ ଆଇ କ୍ୟାମେରା । ଶିମିଳିପାଳରେ ବନାଗ୍ନି ନିୟନ୍ତ୍ରଣ ପାଇଁ ପାଇଁ ବନ ବିଭାଗ ନିଆରା ପଦକ୍ଷେପ ନେଇଛି ।

ସୂଚନାନୁଯାୟୀ , ବନାଗ୍ନିକୁ ନିୟନ୍ତ୍ରଣ କରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟାୱାର । ଓଡ଼ିଶାରେ ପ୍ରଥମ ଥର ଶିମିଳିପାଳରେ ହିଁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସ୍ପେଶାଲ ରିଲିଫ କମିସନ ପକ୍ଷରୁ ଏଥିପାଇଁ ୨ କୋଟି ୫୦ ଲକ୍ଷ୍ୟ ଟଙ୍କା ମଞ୍ଜୁର କରାଯାଇଛି । ଏହା ଦ୍ୱାରା ଶିମିଳିପାଳରେ ନିଆଁ ଲାଗୁଥିବା ସ୍ଥାନକୁ ସହଜରେ ଚିହ୍ନଟ କରାଯାଇପାରିବ । ଏହି କ୍ୟାମେରା ୧୫ କି.ମି ପରିଧି ମଧ୍ୟରେ ଯେଉଁଠିବ ନିଆଁ ଲାଗିବ ତାକୁ ଚିହ୍ନଟ କରି ସୂଚନା ପ୍ରଦାନ କରିଛି ଏବଂ ଏହି ତଥ୍ୟ ମଧ୍ୟାମରେ ମନ କର୍ମଚାରୀମନେ ତତକ୍ଷଣାତ୍ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିପାରିବେ । ଏନେଇ ଶିମିଳିପାଳ ବ୍ୟଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବନାଗ୍ନି ନିୟନ୍ତ୍ରଣ ପ୍ରସ୍ତୁତି କର୍ମଶାଳାରେ ସୂଚନା ଦିଆଯାଇଛି ।

Related posts

ଭଗବାନ ମଧ୍ୟ ହାର ମାନିଲେ

mahabharatanews

୧ରୁ ଖଣ୍ଡଗିରି ମେଳା,୫ରୁ ଯାତ୍ରା

mahabharatanews

ବଡଚଣା ମହୋତ୍ସବ ଉଦ୍ଘାଟିତ

mahabharatanews