ଓଡିଶା

ଭାଇରଲ ହେଲା ନବୀନ ଏବଂ ଫାଇଭ ଟିଙ୍କ ଭିଡିଓ  

(ପୁରୀ) : ରାଜ୍ୟରେ ବିଜେଡି ଓ ବିଜେପି ମେଣ୍ଟକୁ ବିଭିନ୍ନ ମତ ପ୍ରକାଶ ପାଉଥିବା ବେଳେ ଏବେ ଏହି ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ । ବିଜେଡି ଏବଂ ବିଜେପି ମଧ୍ୟରେ ମେଣ୍ଟ ହେଉଥିବା ଚର୍ଚ୍ଚା ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେଣ୍ଟ ଖବରକୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଖାରଜ କରିସାରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବୟାନ ମେଣ୍ଟ ଆଡକୁ ଇଙ୍ଗିତ କରୁଛି।

ସୂଚନାନୁଯାୟୀ , ଫାଇଭ ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଫ୍ୟାନ କ୍ଳବ୍ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରୁଥିବାର ଦେଖିବାକୁ ମିଳୁଛି। ଯେଉଁଥିରେ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରୁଛନ୍ତି କି ରାଜନୀତିରେ ସବୁଠାରୁ ଖରାପ ଜିନିଷ କ’ଣ ? ଯାହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ଗୁଜବ ଆଉ ମିଛକଥା ବୋଲି କହୁଛନ୍ତି। ଯାହା ରାଜ୍ୟରେ ଚାଲିଥିବା ମେଣ୍ଟ ଚର୍ଚ୍ଚାକୁ ଇଙ୍ଗିତ କରୁଥିବା କୁହାଯାଉଛି।

Related posts

ରାଜ୍ୟରେ ବଢିଛି କରୋନା ସଂକ୍ରମଣ; ୨୦୩ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ବଜେଟକୁ ନେଇ କେନ୍ଦ୍ର ସରକାରଙ୍କୁ ନବୀନ ପଟ୍ଟନାୟକଙ୍କ ଟାର୍ଗେଟ୍

mahabharatanews

ଉତ୍କଳ ଦିବସରେ ଯୁବ ଶକ୍ତି ଟ୍ରଷ୍ଟ ପକ୍ଷରୁ ରେଡକ୍ରସ ଭବନ ଠାରେ ରକ୍ତଦାନ ଶିବିର ଆୟୋଜିତ

mahabharatanews