ଓଡିଶାରାଜନୀତି

ଆସନ୍ତାକାଲି ହେବ ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ ଘୋଷଣା

ଭୁବନେଶ୍ୱର: ଆସନ୍ତାକାଲି ଲୋକସଭା ଓ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯିବ । ନିର୍ବାଚନ ଆୟୋଗ ଅପରାହ୍ନ ୩ଟା ବେଳେ ସାମ୍ବାଦିକ ସମ୍ମଳନୀ କରିଘୋଷଣା କରିବେ ତାରିଖ । ଏନେଇ ନିର୍ବାଚନ ଆୟୋଗ ‘ଏକ୍ସ’ରେ ସୂଚନା ଦେଇଛନ୍ତି । ନୂଆ ଇଲେକସନ୍ କମିଶନଙ୍କ ନିଯୁକ୍ତି ପରେ ଆଜି ବସିଥିବା ବୈଠକରେ ଏନେଇ ନିଷ୍ପତି ହୋଇଛି । ତେବେ ତାରିଖ ଘୋଷଣା ପରେ ଲାଗୁ ହେବ ଆଦର୍ଶ ଆଚରଣ ବିଧି । ଲୋକସଭା ନିର୍ବାଚନ ସମେତ ଅରୁଣାଚଳପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଓଡିଶା ଓ ସିକ୍କିମରେ ବିଧାନସଭା ନିର୍ବାଚନ ହେବ । ତେବେ କେତୋଟି ପର୍ୟ୍ୟାୟରେ ନିର୍ବାଚନ ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଗତ ୨୦୧୯ରେ ଦେଶରେ ୭ଟି ପର୍ୟ୍ୟାୟରେ ନିର୍ବାଚନ ହୋଇଥିବାବେଳେ ଓଡିଶାରେ ୪ଟି ପର୍ୟ୍ୟାୟରେ ନିର୍ବାଚନ ହୋଇଥିଲା ।

Related posts

ବିହାରରେ ଭାଙ୍ଗିବ କି ବିଜେପି ଜେଡିୟୁ ମେଣ୍ଟ

mahabharatanews

ଚଳଚ୍ଚିତ୍ର ‘ଯବାନ’ କ୍ରେଜ୍; ଆଜି ଭୁବନେଶ୍ୱରରେ ୯୦ଟି ସୋ 

mahabharatanews

କୋଣାର୍କ ଫେଷ୍ଟ ଓ ଆନ୍ତର୍ଜାତୀୟ ବାଲୁକା କଳା ଫେଷ୍ଟ ବାତିଲ

mahabharatanews