ମନୋରଞ୍ଜନ

“ମେନକା ଗାନ୍ଧି ଆମ ପରିବାରକୁ ଶାନ୍ତି ବଞ୍ଚିବାକୁ ଦିଅନ୍ତୁ” : ଏଲଭିଶଙ୍କ ବାପା

(ମୁମ୍ବାଇ) : ବିଗ୍‌ ବସ୍‌ ଓଟିଟି ବିଜେତା ତଥା ଫେମସ ୟୁଟ୍ୟୁବର ଏଲଭିଶ ଯାଦବ ସାପ ବିଷ ଚାଲାଣ କରୁଥିବା ନେଇ ପ୍ରମାଣ ମିଳିବା ପରେ ପୁଲିସ ତାଙ୍କୁ ଗିରଫ କରିଛି । ଏବେ ଏଲଭିଶ ବି ନିଜ ଦୋଷକୁ ସ୍ବୀକାର କରିଥିବା କୁହାଯାଉଛି। । ଏପଟେ ପୁଅ ଗିରଫ ହେବା ପରେ ଏଲଭିଶଙ୍କ ବାପା ଓ ମା’ ଦୁଃଖରେ ଭାଙ୍ଗି ପଡ଼ି ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

 ବାପା ରାମ ଅବତାର କହିଛନ୍ତି, ‘ ମୋ ପୁଅ ବିରୋଧରେ ଲଗାଯାଉଥିବା ସମସ୍ତ ଅଭି‌ଯୋଗକୁ ମୁଁ ଖଣ୍ଡନ କରୁଛି। ପୁଲିସ ହେପାଜତରେ ଥିବା ବେଳେ ମୁଁ ପୁଅକୁ ଭେଟିକି ଆସିଛି। ‌‌ତା ବିରୋଧରେ ‌ହୋଇଥିବା ଅଭିଯୋଗକୁ ସେ ସ୍ବୀକାର କରି ନାହିଁ। ଏନଜିଓ ତାକୁ ଫସାଉଛି। ମେନକା ଗାନ୍ଧିଙ୍କୁ ମୋର ଅନୁରୋଧ ପୁଅ ଏଲଭିଶ ଉପରେ ଦୟା କରନ୍ତୁ। ପୁଅ ଗିରଫ ହୋଇ ଯାଇଛି। ଏବେ ତ ଆପଣ  ଖୁସି ନା। ତେଣୁ ତାକୁ ଛାଡ଼ି ଦିଅନ୍ତୁ। ଆମ ପରିବାରକୁ ଶାନ୍ତି ବଞ୍ଚିବାକୁ ଦିଅନ୍ତୁ। ମୁଁ ଜାଣିଛି ଏସବୁ କାମ ଆପଣଙ୍କ ଇସାରାରେ ଚାଲିଛି।

Related posts

ଗଣେଶଙ୍କ ମୂର୍ତ୍ତିକୁ ନେଇ ଟ୍ରୋଲ ହେଲେ ଶିବ ଠାକରେ 

mahabharatanews

ରିଲିଜ ହେଲା ‘Bloody Daddy’ର ଟ୍ରେଲର

mahabharatanews

କଙ୍ଗନାଙ୍କୁ କଳା ପତାକା ଦେଖାଇଲା କଂଗ୍ରେସ

mahabharatanews