(ମୁମ୍ବାଇ) : କରୀନା କପୁର, କ୍ରିତି ସାନନ୍ ଏବଂ ତବୁଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କ୍ରୁ’ ସିନେମା ଘରରେ ରିଲିଜ୍ ହୋଇଯାଇଛି । ଟିଜର ଏବଂ ଟ୍ରେଲର୍ ପରି ଫିଲ୍ମକୁ ମଧ୍ୟ ବେଶ୍ ପ୍ରଶଂସା ମିଳୁଛି । ଏହା ସହ ପ୍ରଥମ ଦିନରେ ସିନେମାଟି କିଛି ଫିଲ୍ମର ରେକର୍ଡ ବ୍ରେକ୍ କରିବା ସହ ନୂଆ ରେକର୍ଟ ସୃଷ୍ଟି କରିଛି ।
ସୂଚନାନୁଯାୟୀ , ଓପନିଂ ଡେରେ ଫିଲ୍ମ ‘କ୍ରୁ’ ଆୟ କରିଛି । ତେବେ ଆଗକୁ ମଧ୍ୟ ସିନେମାଟି ଭଲ୍ ରୋଜଗାର କରିବ ବୋଲି ଆଶା କରାଯାଉଛି । ଘରୋଇ ବକ୍ସ ଅଫିସରେ ପ୍ରଥମ ଦିନରେ ‘କ୍ରୁ’ ପ୍ରାୟ ୧୦କୋଟି ଟଙ୍କା ଆୟ କରିଥିବାବେଳେ ଏହି ଫିଲ୍ମ ସାରା ବିଶ୍ୱରେ ୨୦ କୋଟି ଟଙ୍କାର ବ୍ୟବସାୟ କରିଛି । ‘କ୍ରୁ’ର ଷ୍ଟାର୍ କାଷ୍ଟ୍ ଫିଲ୍ମର ପ୍ରଥମ ଦିନର ଆୟ ନିଜ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଏବଂ ନିଜ ଖୁସି ଫ୍ୟାନ୍ସଙ୍କ ସହ ସେଲିବ୍ରେଟ୍ କରିଛନ୍ତି । ‘କ୍ରୁ’ରେ ତବୁ, କରୀନା କପୁର ଏବଂ କ୍ରିତି ସାନନ୍ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ତେବେ ଏହା ଏକ ମହିଳା କେନ୍ଦ୍ରିକ ଚଳଚ୍ଚିତ୍ର ଯାହା ରିଲିଜର ପ୍ରଥମ ଦିନର ଭଲ ଆୟ କରିଛି ।l
