ଓଡିଶା

ବଦଳିଲା ବିଦ୍ୟାଳୟ ସମୟ 

(ଭୁବନେଶ୍ୱର) : ଦିନକୁ ଦିନ ସାରା ରାଜ୍ୟରେ ତାତି ବଢ଼ିବାରେ ଲାଗିଛି । ଉପକୂଳ ରୁ ଉପାନ୍ତ ଓ ଉତ୍ତରରୁ ଦକ୍ଷିଣ ସବୁଆଡ଼େ ତାତିର ପ୍ରକୋପ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଏଥିଲାଗି ସ୍କୁଲ ସମୟରେ ପୁଣି ପରିବର୍ତ୍ତନ କରାଯାଇଛି । ସମ୍ବଲପୁରରେ ବଦଳିଛି ସ୍କୁଲ ସମୟ । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସକାଳ ସାଢ଼େ ୬ରୁ ସାଢ଼େ ୧୦ଟା ଯାଏଁ ଖୋଲା ରହିବ ।
କେବଳ ସେତିକି ନୁହେଁ ସେହିପରି ଶ୍ରମିକମାନେ ଦିନ ୧୧ଟାରୁ ଅପରାହ୍ନ ସାଢ଼େ ୩ଟା ଯାଏ କାମ କରିବା ଉପରେ କଟକଣା ଜାରି କରାଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ଡାକ୍ତରଖାନାରେ ଅଂଶୁଘାତ ୱାର୍ଡ ଖୋଲିବା ନେଇ ନିର୍ଦେଶ ସହ ନିଜେ ଏହାର ସମୀକ୍ଷା କରିଛନ୍ତି । ସେହିପରି ଜଳଛତ୍ର ଖୋଲିବା ସହ ପାନୀୟ ଜଳ ସମସ୍ୟା ଥିବା ଅଞ୍ଚଳରେ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଣ କରିବାକୁ କୁହାଯାଇଛି । ଏନେଇ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ସିଡିଏମଓ, ଡିଇଓ ଓ ବିଇଓଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Related posts

ପରଲୋକରେ କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡି

mahabharatanews

ନୂଆ ବସଷ୍ଟାଣ୍ଡସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ

mahabharatanews

ହାତୀ ଆକ୍ରମଣରେ ୨ ମୃତ 

mahabharatanews