ବିଶ୍ୱ

ସାଉଦି ଆରବ ପକ୍ଷରୁ ପାକିସ୍ତାନକୁ ୨ ବିଲିୟନ ଡଲାର ଆର୍ଥିକ ସହାୟତା 

(ଦିଲ୍ଲୀ) : ପବିତ୍ର ଇଦ୍ ଉଲ୍ ଫିତର ଅବସରରେ ସାଉଦି ଆରବ ପାକିସ୍ତାନ ପାଇଁ ଏକ ଖୁସି ଖବର ଆଣିଦେଇଛି । ସାଉଦି ଆରବ ପକ୍ଷରୁ ପାକିସ୍ତାନକୁ ୨ ବିଲିୟନ ଡଲାରର ଆର୍ଥିକ ସହାୟତା ମିଳିବ ।

ସୂଚନାନୁଯାୟୀ , ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ (ଏସବିପି)ରେ ସାଉଦି ଜମା ରାଶିକୁ ୨ ବିଲିୟନ ଡଲାର ବୃଦ୍ଧି କରାଯିବ ବୋଲି କୁହାଯାଇଛି। ସାଉଦି ଆରବ ହୋଲ୍ଡିଂ କମ୍ପାନୀର ସିଇଓ ମହମ୍ମଦ ଅଲକାହତାନୀ ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ କହିଛନ୍ତି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସାଉଦି ଆରବ ଗସ୍ତ ଏବଂ ସେଠାରେ କ୍ରାଉନ ପ୍ରିନ୍ସଙ୍କ ସହ ସାକ୍ଷାତ ପରେ ଦୁଇ ଦେଶ ୫ ବିଲିୟନ ଡଲାରର ବଡ ଯୋଜନା କୁ ବୃଦ୍ଧି କରିବାକୁ ରାଜି ହୋଇଛନ୍ତି ।

Related posts

ପୁଣି ଭୁକମ୍ପରେ ଥରିଲା ଆଫଗାନିସ୍ତାନ

mahabharatanews

ଇସ୍ରାଏଲ୍‌ରେ ନୂଆ ଭାରିଆଣ୍ଟ,୨ ସଂକ୍ରମିତ ଚିହ୍ନଟ

mahabharatanews

ଆଜି ହାଇବ୍ରିଡ ସୂର୍ୟ୍ୟ ପରାଗ ,ଏହା ଚଳିତ ବର୍ଷର ପ୍ରଥମ ସୂର୍ୟ୍ୟପରାଗ

mahabharatanews