ଓଡିଶା

ପୁରା ଦେଶ ପାଳୁଛି ଇଦ୍

(ଭୁବନେଶ୍ୱର) : ଆଜି ପୁରା ଦେଶ ପାଳନ କରୁଛି ଇଦ। ଏଥିରୁ ବାଦ ପଡିନି ଓଡିଶା । ଏଥିଲାଗି ସମୂହ ନମାଜ ପାଠ ଓ ଇଦ୍ ମିଲନ ଅନୁଷ୍ଠିତ ହେଉଛି।।  ଭଦ୍ରକର ଇଦଗାହା ଠାରେ ସମୂହ ନମାଜ ପାଠ ଓ ଇଦ୍ ମିଳନ ହେଉଛି। ଏଥିରେ ହଜାର ହଜାର ମୁସଲିମ ଭକ୍ତ ନମାଜ ପାଠରେ ସାମିଲ ହୋଇଥିଲେ।

ସୂଚନାନୁଯାୟୀ , ସେପଟେ ପ୍ରଚାର କରିବା ପାଇଁ ଯଦୁପୁର ମସଜିଦରେ ପହଞ୍ଚିଥିଲେ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡା। ନମାଜରେ ସାମିଲ ହେବା ସହ ସ୍ଥାନୀୟ ଅଞ୍ଚଳର ମୁସଲମାନ ପରିବାର ସହ  ଆଲୋଚନା କରିଥିଲେ। କଟକରେ ବି ଇଦ୍ ଧୁମଧାମରେ ପାଳିତ ହେଉଛି।

Related posts

ରଥଯାତ୍ରାରେ ସାମିଲ ସବୁ କର୍ମଚାରୀଙ୍କ ହେବ କୋଭିଡ ଟେଷ୍ଟ

mahabharatanews

ବିଜେଡିରେ ସାଲିସକାରୀଙ୍କୁ ଦିଆଯାଉଛି ପ୍ରାଧାନ୍ୟ

mahabharatanews

ଚାଲିଗଲେ ନନ୍ଦ ସାର

mahabharatanews