ଓଡିଶା

ଦିନ ୨ଟା୩୦ ସୁଦ୍ଧା ବାଲେଶ୍ବରରେ ୪୬ ଡିଗ୍ରୀ ଛୁଇଁଲା ତାତି

ଭୁବନେଶ୍ବର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡିଶା । କଲବଲ ହେଉଛି ଜନ ଜୀବନ । ସକାଳୁ ସକାଳୁ ଅସମ୍ଭାଳ ଖରା । ବାହରକୁ ବାହାରିଲେ ମନେ ହାତ ଗୋଟ ପୋଡିଗଲା ଭଳି ଅନୁ ଭବ ହେଉଛି । ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଅସହ୍ୟ ତାତି । ତେବେ ଆଜି ଦିନ ୨ଟା ୩୦ ସୁଦ୍ଧା ବାଲେଶ୍ବର ରେ ୪୬ ଡିଗ୍ରୀ ଛୁଇଁଲା ତାତି । ବାଲେଶ୍ବରରେ ରେକର୍ଡ ହୋଇଥିବା ୪୬ ଡିଗ୍ରୀ ହେଉଛି ଅପ୍ରେଲ ମାସର ସର୍ବୋଚ୍ଚ ଦିନ ତାପମାତ୍ରା । ଏହା ପୂର୍ବପୂ ରୁ ୨୦ ଅପ୍ରେଲ ୨୦୧୦ରେ ୪୫ ଡିଗ୍ରୀ ରେକର୍ଡ ହୋଇଥିଲା । ରାଜଧାନୀରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୫ ଡିଗ୍ରୀ ଅତିକ୍ରମ କଲା ତାତି । ଭୁବନେଶ୍ବର ରେ ୪୫.୪ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ କରାଯାଇଛି । ସେପଟେ ଆଜି ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର ହୋଇଥିଲା । ବାଲେଶ୍ୱର ୪୪.୧ ଡ଼ିଗ୍ରୀ, ଭୁବନେଶ୍ୱର ୪୩.୬ ଡ଼ିଗ୍ରୀ, ଝାରସୁଗୁସୁଡା ୪୨.୫ ଡ଼ିଗ୍ରୀ, କେନ୍ଦୁଝର ୪୧.୪ ଡ଼ିଗ୍ରୀ, ଚାନ୍ଦବାଲି ୪୧.୨ ଡ଼ିଗ୍ରୀ, ରାଉରକେଲା ୪୦.୪ ଡ଼ିଗ୍ରୀ, ହୀରା କୁଦ ୩୯.୯ ଡ଼ିଗ୍ରୀ, ସମ୍ବଲପୁର ୩୯.୮ ଡ଼ିଗ୍ରୀ, ପୁରୀ ୩୪.୪ ଡ଼ିଗ୍ରୀ, ପାରାଦୀପ ୩୩.୬ ଡ଼ିଗ୍ରୀ, ଗୋପାଳପୁର ୩୩.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।

Related posts

ପାର୍ଶ୍ଵ ଦେବାଦେବୀଙ୍କ ମୂର୍ତ୍ତି ମାନଙ୍କରେ ରଙ୍ଗ ଦେବା ଆରମ୍ଭ କରିଛନ୍ତି ଚିତ୍ରକର ସେବକ…

mahabharatanews

୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା; ୧୮  ଜିଲ୍ଲାକୁ ୱାର୍ଣ୍ଣିଂ ଜାରି 

mahabharatanews

ସ୍ଵତନ୍ତ୍ର ରେଳ ଯୋଗେ କେରଳରରୁ ଆସିଲେ ୨୧୬ଜଣ ପ୍ରବାସୀ ଓଡ଼ିଆ

mahabharatanews