ଓଡିଶାରାଜନୀତି

ହିଞ୍ଜିଳି ଆସନରୁ ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳି : ହିଞ୍ଜିଳି ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ବିଜେଡି ପ୍ରାର୍ଥୀ ବିକ୍ରମ ଆରୁଖ, ବିଜେଡି ନେତା ଭି.କେ ପାଣ୍ଡିଆନ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ଆସ୍କା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଏବଂ ଗଞ୍ଜାମ ଜିଲ୍ଲାର ଅନ୍ୟ ବିଜେଡି ପ୍ରାର୍ଥୀଙ୍କ ଉପସ୍ଥିତିରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ନବୀନ । ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କପତ୍ର ଦାଖଲ କରିଛନ୍ତି ନବୀନ  ।ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ମା’ ତାରାତାରିଣୀଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ନବୀନ । ତାରାତାରିଣୀ ପୀଠରେ ବେଶ କିଛି ସମୟ ରହିବା ସହ ପୂଜାର୍ଚ୍ଚନା କରିଥିଲେ ବିଜେଡି ସୁପ୍ରିମୋ । ନାମାଙ୍କନପତ୍ର ଦାଖଲ ପରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ବିଭିନ୍ନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟରେ ହିଞ୍ଜିଳି ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ ଷଷ୍ଠ ଥର ପାଇଁ ନବୀନ ଏଠାରୁ ନିର୍ବାଚନ ଲଢ଼ୁଛନ୍ତି । ଚଳିତ ଥର ୨ଟି ଆସନରୁ ପ୍ରାର୍ଥୀ ହୋଇଛନ୍ତି ନବୀନ । ହିଞ୍ଜିଳି ସମେତ କଣ୍ଟାବାଂଜି ଆସନରୁ ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ।

Related posts

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ନେଲେ ଅସିତ

mahabharatanews

ଏଥର କେବଳ ପାରମ୍ପରିକ ବାଜାରେ ହେବ ମା’ଙ୍କ ଭସାଣି

mahabharatanews

ଗୁଣିଗାରେଡି ଓ ଡାହାଣୀ ପରି ଧର୍ତ୍ତବ୍ୟ ଅପରାଧର ଦମନ କରାଯିବା ଉଚିତ: ହାଇକୋର୍ଟ

mahabharatanews