ଭାରତ

 “ଗଣ ଅସୁସ୍ଥତା ଛୁଟି”; ବିମାନ ସେବା ବ୍ୟାଘାତ

(ଦିଲ୍ଲୀ) : ବିମାନବନ୍ଦର ବରିଷ୍ଠ କ୍ରୁ ସଦସ୍ୟମାନେ “ଗଣ ଅସୁସ୍ଥତା ଛୁଟି”ରେ ଯିବା ପରେ ୭୦ରୁ ଅଧିକ ଆନ୍ତର୍ଜାତୀୟ ତଥା ଘରୋଇ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନକୁ ବାତିଲ କରିଦିଆଯାଇଛି। ଏନେଇ ବିମାନ ଚଳାଚଳ ସୂତ୍ରରୁ ପ୍ରକାଶ ପାଇଛି।

ସୂଚନାନୁଯାୟୀ ,  ଏହି ବିମାନ ମଙ୍ଗଳବାର ରାତିରୁ ବୁଧବାର ସକାଳ ପର୍ଯ୍ୟନ୍ତ ବାତିଲ ହୋଇଥିବା ସୂଚନା ରହିଛି। ଏୟାର ଇଣ୍ଡିଆ ଏକ୍ସପ୍ରେସର ମୁଖପାତ୍ର କହିଛନ୍ତି, “ଆମର କ୍ୟାବିନ କ୍ରୁଙ୍କର ଏକ ବିଭାଗ ଗତ ରାତିର ଶେଷ ମୁହୂର୍ତ୍ତରେ ଅଚାନକ ଅସୁସ୍ଥ ଥିବା ରିପୋର୍ଟ ମିଳିଛି, ଯାହାଫଳରେ ବିମାନ ଚଳାଚଳକୁ ବିଳମ୍ବ ଏବଂ ବାତିଲ କରାଯାଇଛି। “ଏହି ଅପ୍ରତ୍ୟାଶିତ ବ୍ୟାଘାତ ପାଇଁ ଆମେ ଆମର ଅତିଥିମାନଙ୍କୁ ଆନ୍ତରିକତାର ସହ କ୍ଷମା ପ୍ରାର୍ଥନା କରୁଛୁ। ଏହାଛଡ଼ା ନିଶ୍ଚିତ କରୁଛୁ ଯେ ଏହି ସେବା ଖୁବ୍ ଶୀଘ୍ର ପ୍ରଦାନ କରାଯିବ’’ ବୋଲି ବିବୃତ୍ତିରେ କୁହାଯାଇଛି।

Related posts

ବଦଳିବ ‘ଆଲିଗଡ଼’ର ନାମ

mahabharatanews

“ମଉଜ ମଜଲିସ୍ କରିବାକୁ ମୋଦି ଜନ୍ମ ହୋଇନାହିଁ”

mahabharatanews

ଶଶି ଥରୁରଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ପୁରସ୍କାର

mahabharatanews