(ଭୁବନେଶ୍ୱର) : ଓଡ଼ିଶା ଗସ୍ତରେ ଆସିବେ ରାହୁଲ ଗାନ୍ଧି ଏବଂ ମଲ୍ଲିକାର୍ଜୁନ ଖରଗେ । ୧୫ ତାରିଖରେ ବଲାଙ୍ଗିରରେ ସଭା କରିବେ ରାହୁଲ ଏବଂ ୧୬ ତାରିଖରେ କନ୍ଧମାଳରେ ଏକ ସଭାରେ ଯୋଗ ଦେବେ ମଲ୍ଲିକାର୍ଜୁନ ଖଡଗେ । ସେହିପରି ଭୁବନେଶ୍ୱରରେ ପ୍ରେସମିଚ୍ ମଧ୍ୟ କରିବେ କଂଗ୍ରେସ ଖଡଗେ ।
ସୂଚନାନୁଯାୟୀ , ଆସନ୍ତାକାଲି ଭୁବନେଶ୍ୱରରେ ଜୟରାମ ରମେଶ ପ୍ରେସମିଟ୍ କରିବା ନେଇ ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ଓଡଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର । ମେ ୧୫ ତାରିଖ ଦିନ ୧୧ଟା ସମୟରେ ରାହୁଲ ଗାନ୍ଧୀ ଓଡ଼ିଶା ପହଞ୍ଚିବେ । ସେ ଭୁବନେଶ୍ୱରରୁ ସିଧାସଳଖ ବଲାଙ୍ଗୀର ଅଭିମୁଖେ ଯାତ୍ରା କରିବେ । ଏଠାରେ ସେ ଏକା ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ମନୋବଳ ବଢାଇବା ସହ ତାଙ୍କ ପାଇଁ ପ୍ରଚାର କରିବେ । ଏହା ପରେ ସମାନ ଦିନ ସେ ଦିଲ୍ଲୀ ଫେରିଯିବା ନେଇ ସୂଚନା ରହିଛି ।
