ଓଡିଶା

ଅବହେଳା ପାଇଁ ୨ଜଣ ପୋଲିଂ ଅଧିକାରୀ ସସପେଣ୍ଡ

(କଳାହାଣ୍ଡି): କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିଂ ଅଧିକାରୀ ସସପେଣ୍ଡ । କଳାହାଣ୍ଡି ଲୋକସଭା କ୍ଷେତ୍ର ନାର୍ଲ୍ଲା ବିଧାନସଭା ଅନ୍ତର୍ଗତ ତେଜଂଶୁ ସାହା ସସପେଣ୍ଡ ହୋଇଛନ୍ତି । ବ୍ରହ୍ମପୁରରେ ଜଣେ ମଧ୍ୟ ସସପେଣ୍ଡ ହୋଇଛନ୍ତି । ଚିକିଟିରେ ହୋଇଥିବା ଘଟଣା ନଜରକୁ ଆସିଛି । ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାନୁଯାୟୀ ,  ରାଜ୍ୟରେ ଦିନ ୧ଟା ସୁଦ୍ଧା ୩୯.୩% ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି। ସକାଳ ୭ଟାରୁ ୪ ସଂସଦୀୟ କ୍ଷେତ୍ର ପାଇଁ ମତଦାନ ଆରମ୍ଭ ହୋଇଥିଲା। ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ।

Related posts

ଆଜି ସିପିଇଟି ପ୍ରବେଶିକା ପରୀକ୍ଷା

mahabharatanews

ରାଜ୍ୟରେ କିଛି ସ୍ଥାନରେ ବର୍ଷା ସମ୍ଭାବନା 

mahabharatanews

ମହେନ୍ଦ୍ର ତନୟା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

mahabharatanews