ଓଡିଶା

ଅନୁଭବ ମହାନ୍ତିଙ୍କୁ ବଡ ଆଶ୍ବସ୍ତି

(ଭୁବନେଶ୍ୱର) : ଆଉ ଗିରଫ ହେବେନି ଅନୁଭବ । କେନ୍ଦ୍ରାପଡା ଏମପି ତଥା ବିଜେଡପି ନେତା ଅନୁଭବ ମହାନ୍ତିଙ୍କୁ ବଡ ଆଶ୍ବସ୍ତି ମିଳିଛି । ଅନୁଭବଙ୍କ ଗିରଫଦାରୀ ଉପରେ ରୋକ ଲଗାଇଛନ୍ତି ଉଚ୍ଚ ନ୍ୟାୟାଳୟ । କଟକ JMFC କୋର୍ଟ ଅନୁଭବ ମହାନ୍ତିଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାନୁଯାୟୀ, ଏଥିପାଇଁ ଜାମିନ ବିହୀନ ଗିରଫ ପରଓ୍ବାନା ମଧ୍ୟ ଜାରି କରିଥିଲେ କୋର୍ଟ । JMFC କୋର୍ଟ ଅନୁଭବଙ୍କୁ ଆତ୍ମସମର୍ପଣ ପାଇଁ ନିର୍ଦେଶ ଦେଇଥିଲେ । କେବଳ ଅନୁଭବ ନୁହଁନ୍ତି ତାଙ୍କର ଦୁଇ ସହଯୋଗୀଙ୍କ ବିରୋଧରେ ମଧ୍ୟ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରିଥିଲେ କୋର୍ଟ । ଓଡ଼ିଶାରେ ହାଇଭୋଲଟେଜ ପ୍ରଚାର କରିବେ ନବୀନ ତେବେ ଏହା ପରେ JMFC କୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଅନୁଭବ ମହାନ୍ତି । ତଳ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ ।

Related posts

ଫିୟାମ ଫାଉଣ୍ଡେସନ ଆନୁକୁଲ୍ୟରେ ଉଦଘାଟନ ହେଲା ସାନିଟାରୀ ଉତ୍ପାଦନ କେନ୍ଦ୍ର

mahabharatanews

ଆର୍ଡମିଟ କାର୍ଡ ନମିଳିବାରୁ ପରୀକ୍ଷା ଦେଇପାରିଲେ ନାହିଁ ଛାତ୍ର ଛାତ୍ରୀ

mahabharatanews

ଗାଁ ଗାଁ ବୁଲି ଟିକା କାରଣ ଉପରେ ଗୁରୁତ୍ୱ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ

mahabharatanews