ଓଡିଶା

୩୧ରେ କେରଳ ଛୁଇଁବ ମୌସୁମୀ

(ଭୁବନେଶ୍ୱର) : ଶୀଘ୍ର ଆସିବ ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟ ପୂର୍ବରୁ କେରଳ ପହଞ୍ଚିବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ମେ ୩୧ ତାରିଖ ପାଖାପାଖି ମୌସୁମୀ କେରଳ ପହଞ୍ଚିଯିବ । ଯାହାକୁ ନେଇ ଅନ୍ୟ ରାଜ୍ୟମାନଙ୍କରେ ମୌସୁମୀ ଗତିବିଧିକୁ ନେଇ ସୂଚନା ଜାରି କରାଯାଇଛି।

ସୂଚନାନୁଯାୟୀ , ଦେଶରେ ଅସହ୍ୟ ଗୁଳୁଗୁଳି ସହ ଉଚ୍ଚ ତାପମାତ୍ରା ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି । କେଉଁଠି ୪୫ ଡିଗ୍ରୀ ଉପରେ ତାପମାତ୍ରା ରହୁଛି ତ କେଉଁଠି ୪୦ ଡିଗ୍ରୀ ଉପରେ ରହୁଛି । ଏସବୁ ଭିତରେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଲୋକଙ୍କ ମନରେ ଆଶ୍ୱସ୍ତି ଆଣିଛି । ଅନ୍ୟପଟେ ପାଣିପାଗ ବିଭାଗ କହିଛି କି ଚଳିତ ବର୍ଷ ଦେଶରେ ସାମାନ୍ୟରୁ ଅଧିକ ବର୍ଷା ହୋଇପାରେ । ଏହି କ୍ରମରେ ଦେଶରେ ୮୭ ସେଣ୍ଟିମିଟର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  ଓଡିଶାରେ ଜୁନ ୧୧ ରୁ ୧୬ ତାରିଖ ମଧ୍ୟରେ ମୌସୁମୀ ବାୟୁ ପହଂଚିବ ବୋଲି ପୂର୍ବାନୁମାନ କରାଯାଇଛି । ଗତବର୍ଷ ଜୁନ ୮ ତାରିଖରେ ମୌସୁମୀ ବାୟୁ କେରଳରେ ପହଂଚିଥିଲା ।

Related posts

ନଦୀରେ ବୁଡିଗଲେ ୨ ଯୁବକ

mahabharatanews

ଦେଶରେ ଦୁର୍ବଳ ହେଉଛି ଧର୍ମନିରପେକ୍ଷତା: ଓୱେସି

mahabharatanews

ବରଗଡ଼ ପହଁଚିଲେ ରାଜସ୍ଥାନରେ ଫସିଥିବା ଛାତ୍ରଛାତ୍ରୀ

mahabharatanews

Leave a Comment