ଓଡିଶା

କୋରାପୁଟରେ ୪ଜଣିଆ କେନ୍ଦ୍ରୀୟ ଟିମ୍

କୋରାପୁଟରେ ୪ ଜଣିଆ କେନ୍ଦ୍ରୀୟ ଟିମ୍ । କାଶୀପୁର ଓ କୋରାପୁଟ ଜିଲ୍ଲା ଗସ୍ତରେ ଆସିଛନ୍ତି ଏହି ଟିମ୍ । ବନ୍ଧୁଗାଁ ବ୍ଲକର ଜଣେ ଶିଶୁ ଡିପଥେରିଆ ମୃତ୍ୟୁ କୁହାଯାଉଛି । ଡିପଥେରିଆ ସଂକ୍ରମଣ ଭୟ ଏବେ ଲୋକଙ୍କ ଚିନ୍ତା ବଢ଼ାଇଛି । ରାୟଗଡ଼ା, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ଆକ୍ରାନ୍ତମାନଙ୍କୁ ଚିହ୍ନଟ କରାଯାଇଛି । ଡିପଥେରିଆ ସଂକ୍ରମଣକୁ ନେଇ ଲୋକେ ଚିନ୍ତାରେ ଥିବାବେଳେ ଏହାର କାରଣ କ’ଣ ଜଣାପଡ଼ିନାହିଁ । ଏହାର ଅନୁଧ୍ୟାନ ପାଇଁ ୪ ଜଣିଆ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସିଛନ୍ତି । ଏହି ଟିମ୍ ଡିପଥେରିଆ ସଂକ୍ରମିତ ଜିଲ୍ଲା ଗସ୍ତ କରି ରିପୋର୍ଟ ପ୍ରଦାନ କରିବେ । ରାୟଗଡ଼ା କାଶୀପୁର ବ୍ଲକ ଅଧିନ ମାନୁଷପଦର ୪ଜଣ ଶିଶୁ ପ୍ରଥମେ ପ୍ରାଣ ହରାଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେଠାରେ ଟୀକାକରଣ ଆରମ୍ଭ ହୋଇଥିଲା ।

Related posts

ଜାତୀୟସ୍ତରୀୟ ସେମିନାରରେ ଯୁନାନି ଦିବସ ପାଳନ

mahabharatanews

ଜନ୍ମଦିନ ରେ ରକ୍ତଦାନ ଶିବିର

mahabharatanews

ସାର, ଔଷଧ, ବିଶୋଧକ ମହଜୁଦ ରହିଛି: ମନ୍ତ୍ରୀ

mahabharatanews