ଓଡିଶାରାଜନୀତି

‘ଧାନ ମଣ୍ଡିରେ ଲାଗିବ ସିସିଟିଭି’

ଭୁବନେଶ୍ୱର: ଦୁର୍ନୀତି ରୋକିବାକୁ ବଡ଼ ପଦକ୍ଷେପ । ଦୁର୍ନୀତିରେ ରୋକ ଲଗାଇବାକୁ ହେବ ଟେକ୍ନୋଲୋଜିର ବ୍ୟବହାର । ଆଉ ମଣ୍ଡିରେ ହୋଇପାରିବନି ଧାନ ହେରଫେର । ଏବେ ମଣ୍ଡିକୁ ଜମିବ ସିସିଟିଭି । ରାଜ୍ୟର ସବୁ ଧାନ ମଣ୍ଡିରେ ଲାଗିବ ସିସିଟିଭି । ମଣ୍ଡିରୁ ଧାନ ନେଇଯାଉଥିବା ଗାଡ଼ିରେ ଲାଗିବ ଜିପିଏସ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହା ସହ ମନ୍ତ୍ରୀ କହିଛନ୍ତି ଧାନ ଯେତେବେଳେ ମିଲର ପାଖୁ ଯାଉଛି ସେହି ସମୟରେ ଗାଡ଼ିରେ ଜିପିଏସ ଲଗାଯିବ । ମଣ୍ଡିରୁ ମିଲରଙ୍କ ଧାନ ଗଲା କି ନାହିଁ ତଦାରଖ କରିବା ଲାଗି ଏହା କରାଯିବ । ସେହିପରି ମିଲରଙ୍କ ପାଖରୁ ଯେଉଁ ଚାଉଳ ଗୋଦାମକୁ ଆସୁଛି ସେହି ଗାଡ଼ିରେ ମଧ୍ୟ ଜିପିଏସ ଲାଗିବ ।
ସୂଚନା ଅନୁଯାୟୀ ବିଭିନ୍ନ ସମୟରେ ଧାନ ମଣ୍ଡିରେ ହେରଫେର ହେଉଥିବା ନେଇ ଚାଷୀଙ୍କୁ ଠିକ୍ ଟୋକନ ମିଳିନଥାଏ । ଆଉ କେତେବେଳେ ମିଲ ଧାନ ନେବା ନେଇ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ । ଯାହା ପାଇଁ ଚାଷୀ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହୋଇଥାନ୍ତି । ଯାହାକୁ ରୋକିବାକୁ ସିସିଟିଭି ଲାଗିବ ।

 

Related posts

ବଡ଼ପାଟଣା ଗ୍ରାମପଂଚାୟତର ବିଭିନ୍ନ ସ୍ୱଂୟ ସହାୟକ ଗୋଷ୍ଠୀ ସହାୟତାରେ ରନ୍ଧାଖାଦ୍ୟ ବଣ୍ଟନ

mahabharatanews

ଆସନ୍ତା ମାସରୁ ସଡକ ନିରାପତ୍ତା ଯାଞ୍ଚ ହେବ କଡାକଡି

mahabharatanews

ବାମନଘାଟୀ ଉପଖଣ୍ଡର ମୁସଲମାନ ସଂପ୍ରଦାୟ ତରଫରୁ ଆନନ୍ଦ ଉଲ୍ଲାସର ସହ ଇଦ୍ ପର୍ବ ପାଳିତ

mahabharatanews