ଓଡିଶାରାଜନୀତି

‘ରାଜ୍ୟ ବଜେଟରେ କୌଣସି ନୂତନତ୍ୱ ନାହିଁ’

ଭୁବନେଶ୍ୱର: ବଜେଟ ସମ୍ପୂର୍ଣ ନୈରାଶ୍ୟଜନକ ବୋଲି କହିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ମିଡ଼ିଆ ସଂଯୋଜକ  ପ୍ରତାପ ଜେନା  । ମୋହନ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବଜେଟରେ କୌଣସି ନୂତନତ୍ୱ ନାହିଁ ଓ ଏହା ନବୀନ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ପ୍ରାୟ ଚାଳିଶରୁ ଉର୍ଦ୍ଧ ଲୋକପ୍ରିୟ ଯୋଜନା ଗୁଡିକର କପି ପେଷ୍ଟ କରାଯାଇ କେବଳ ଏହାର ନାମ ପରିବର୍ତ୍ତନ କରାଯାଇଛି।

ବହୁ ପ୍ରଚାରିତ ସୁଭଦ୍ରା ଯୋଜନାରେ ରାଜ୍ୟର ସମସ୍ତ ମହିଳା ମାନେ ଲାଭବାନ ହେବେ ବୋଲି ଆଶା ବାନ୍ଧି ବସିଥିବା ବେଳେ ଏଥିପାଇଁ ମାତ୍ର ଦଶ ହଜାର କୋଟି ଟଙ୍କା ଘୋଷିତ ହୋଇଥିବାରୁ ଅତି ବେଶୀରେ ରାଜ୍ୟର କୋଡିଏ ଲକ୍ଷ୍ୟ ମହିଳା ଏଥିରୁ ଲାଭ ପାଇବେ। ସେହିପରି ମଧୁବାବୁ ପେନଶନ ଯୋଜନାରେ ହିତାଧିକାରୀଙ୍କ ଭତ୍ତା ୩୦୦୦ ହଜାର ଟଙ୍କାକୁ ବୃଦ୍ଧି କରାଯିବ ବୋଲି ବିଜେପି ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ କେବଳ ୮୦ ବର୍ଷ ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ପେନଶନ ବୃଦ୍ଧି କରାଯାଇଛି ଯାହା ଅନ୍ୟ ସମସ୍ତ ହିତାଧିକାରୀଙ୍କୁ ନିରାଶ କରିଛି

Related posts

ବ୍ୟାଙ୍କ କର୍ମଚାରୀଙ୍କ ଆତ୍ମହତ୍ୟା

mahabharatanews

ସାମାନ୍ୟ ବଚସାରୁ ବାପାଙ୍କୁ ହତ୍ୟା କରି ପୁଅର ଆତ୍ମହତ୍ୟା

mahabharatanews

ବିଜେପି ଦେଶର ସମ୍ବିଧାନ ପାଇଁ ବିପଦ: ପ୍ରିୟଙ୍କା

mahabharatanews