ଓଡିଶାରାଜନୀତି

୨ ଘଣ୍ଟା ୮ ମିନିଟ୍ ବଜେଟ ପଢ଼ି ରେକର୍ଡ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୬୫ ଲକ୍ଷ କୋଟି ଟଙ୍କାର ବଜେଟରେ ଓଡ଼ିଶା ସରକାର ଅନେକ ନୂଆ ପଦକ୍ଷେପ ଆରମ୍ଭ କରିଛନ୍ତି। ଏଥିସହ ବିଧାନସଭାରେ ଦୀର୍ଘ ୨ ଘଣ୍ଟା ୮ ମିନିଟ୍ ବଜେଟ ପଢ଼ି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରେକର୍ଡ଼ କରିଛନ୍ତି। ଯାହା ବିଧାନସଭାର ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ କୃଷକ, ମହିଳା, ଯୁବକ ଓ ଗରିବ ଲୋକଙ୍କ ବିକାଶକୁ ପ୍ରାଥମିକତା ଦିଆଯାଇଛି ଏବଂ ସରକାର ଲୋକଙ୍କ ଆକାଂକ୍ଷା ପୂରଣ କରିବେ। ବିଜେପି ସରକାରଙ୍କ ଉଦ୍ଦେଶ୍ୟ ହେଉଛି ରାଜ୍ୟର ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ।

Related posts

ସୁରକ୍ଷା କବଚ ପ୍ରସ୍ତୁତ କଲା କୋଭିଡ୍-୧୯ର ଆଇଟିଆଇ

mahabharatanews

ଇଟାଭାଟିରେ ଅଣନିଶ୍ୱାସୀ ହୋଇ ଚାଲିଗଲା ୪ଜଣଙ୍କ ଜୀବନ

mahabharatanews

ଶ୍ରୀଜିଉଙ୍କ ହୋଇପାରିଲାଣି ବନକଲାଗି ନୀତି

mahabharatanews