ଓଡିଶା

ମହାପ୍ରଭୁଙ୍କ ଦ୍ବାର ଫିଟା ନୀତି ବିଳମ୍ବ, ପ୍ରତିହାରୀ ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍

ପୁରୀ: ଶ୍ରୀମନ୍ଦିର ପ୍ରତିହାରୀ ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ । ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କ ଦ୍ବାର ଫିଟା ନୀତି ବେଳେ ୩୫ ମିନିଟ୍ ବିଳମ୍ବରେ ପ୍ରତିହାରୀ ସେବକ ପହଞ୍ଚିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

ତେବେ ଦ୍ବାରଫିଟା ନୀତି ବିଳମ୍ବରେ ହେଲେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ବିଳମ୍ବ ହୋଇଥାଏ । ତେଣୁ ସେବାୟତ ବିଳମ୍ବରେ ଆସିବାରୁ ନୀତିରେ ବିଶୃଙ୍ଖଳା ଅଭିଯୋଗରେ ସିଂହଦ୍ବାର ପ୍ରତିହାରୀ ସେବାୟତ ଶିବଶଙ୍କର ମହାପାତ୍ରଙ୍କୁ ଏହି ନୋଟିସ୍ ଦେଇଛି ମନ୍ଦିର ପ୍ରଶାସନ ।ସେପଟେ ପ୍ରଶାସନଙ୍କ ଏଭଳି ପଦକ୍ଷେପକୁ ପ୍ରତିହାରୀ ନିଯୋଗ ସ୍ବାଗତ କରିବା ସହିତ ନୀତି ବିଳମ୍ବ ହେଲେ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି ରଖିଛନ୍ତି ।

Related posts

ନବରଙ୍ଗପୁରରେ ୧୦ କୋଟି ଟଙ୍କାର ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟ ହେବ

mahabharatanews

ବାର୍ଥଡେ ପାର୍ଟିରୁ ନିଖୋଜ ହୋଇ ମେଡିକାଲରୁ ଉଦ୍ଧାର ହେଲେ ଯୁବକ

mahabharatanews

କାଳବୈଶାଖୀ ସମ୍ଭାବନା; ସତର୍କ ସୂଚନା ଜାରି

mahabharatanews