ବିଶ୍ୱ

ମୋଦି ଦେଲେ ନିମନ୍ତ୍ରଣ ୨୦୨୫ ଭାରତ ଆସିବେ ପୁଟିନ

ପ୍ରଧାନମନ୍ତ୍ରୀ ମୋଦି ଦେଲେ ନିମନ୍ତ୍ରଣ । ଆସନ୍ତା ବର୍ଷ ଭାରତ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । । ପୁଟିନଙ୍କ ଗସ୍ତ ତାରିଖ ସ୍ଥିର ହୋଇନାହିଁ । ୨୦୨୫ ଆରମ୍ଭରେ ଗସ୍ତ ନେଇ ତାରିଖ ସ୍ଥିର ହେବ ବୋଲି କ୍ରେମଲିନ ସହାୟକ ୟୁରୀ ଉଷାକୋଭ କହିଛନ୍ତି। ଉଷାକୋଭ ଏକ ସଂକ୍ଷିପ୍ତ ବକ୍ତବ୍ୟରେ କହିଛନ୍ତି ଯେ ପୁଟିନ ଏବଂ ପିଏମ ମୋଦୀଙ୍କୁ ବର୍ଷକୁ ଥରେ ବୈଠକ କରିବାକୁ ଏକ ଚୁକ୍ତିନାମା ରହିଛି । ଭାରତର ଋଷ ଦୂତାବାସ ଅନୁଯାୟୀ ଏଥର ଏହା ଋଷିୟାର ପର୍ୟ୍ୟାୟ।
କ୍ରେମଲିନ ମୁଖପାତ୍ର ୟୁରୀ ଉଷାକୋଭ ଗଣମାଧ୍ୟମ ସହ କଥାବାର୍ତ୍ତା କରୁଥିବାବେଳେ କହିଛନ୍ତି ଯେ ଆମର ନେତାଙ୍କ ବର୍ଷକୁ ଥରେ ସାକ୍ଷାତ କରିବାର ଚୁକ୍ତି ରହିଛି। ଏଥର ଏହା ଆମର ପର୍ୟ୍ୟାୟ । ଆମେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ ପାଇଛୁ ଏବଂ ଆମେ ଏହାକୁ ଗୁରୁତର ସହ ବିଚାର କରୁଛୁ। ଆସନ୍ତା ବର୍ଷ ଆରମ୍ଭରେ ଏକ ତାରିଖ ସ୍ଥିର ହୋଇପାରେ।
୨୦୨୨ ମସିହାରେ ୟୁକ୍ରେନ ଏବଂ ଋଷ ମଧ୍ୟରେ ବିବାଦ ଆରମ୍ଭ ହେବା ପରଠାରୁ ଏହା ପୁଟିନଙ୍କ ପ୍ରଥମ ଭାରତ ଗସ୍ତ ହେବ। ୟୁକ୍ରେନ ଏବଂ ଋଷ ମଧ୍ୟରେ ବିବାଦର ସମାଧାନ ପାଇଁ ଭାରତ ସର୍ବଦା “ଶାନ୍ତି ଏବଂକୂଟନିତିକ” ପ୍ରଚାର କରିଆସୁଛି। ଭାରତରେ ଋଷ ଦୂତାବାସ ଅନୁଯାୟୀ ପୁଟିନ ଏବଂ ପିଏମ ମୋଦୀ ନିୟମିତ ଯୋଗାଯୋଗରେ ରହି ପ୍ରତି ଦୁଇ ମାସରେ ଥରେ ଫୋନ୍ କଲ ଉପରେ ଆଲୋଚନା କରୁଛନ୍ତି। ଦୁଇ ନେତା ବ୍ୟକ୍ତିଗତ ବୈଠକ ମଧ୍ୟ କରନ୍ତି। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ମୋଦୀ ଜୁଲାଇରେ ୨୨ ତମ ଋଷ -ଭାରତ ଶିଖର ସମ୍ମିଳନୀରେ ଭାଗ ନେବାକୁ ମସ୍କୋ ଗସ୍ତରେ ଦୁଇଥର ସାକ୍ଷାତ ହୋଇଥିଲେ।
ବିଶେଷତଃ ଯେତେବେଳେ ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଭାରତ ନିବେଦନ କରିଛି। ରୁଷିଆ ଏବଂ ଭାରତ ମଧ୍ୟରେ ଏହାର ଶୀର୍ଷ ନେତାମାନେ ପ୍ରତିବର୍ଷ ପରସ୍ପରର ଦେଶ ପରିଦର୍ଶନ କରିବା ପାଇଁ ଏକ ଚୁକ୍ତିନାମା ରହିଛି। ଏହି ଚୁକ୍ତିନାମା ଅନୁଯାୟୀ ପୁଟିନ ଭାରତ ଗସ୍ତ କରୁଛନ୍ତି। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ଗସ୍ତ କରିଛନ୍ତି। ସୂଚନାଯୋଗ୍ୟ, ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଆସନ୍ତା ବର୍ଷ କ୍ୱାଡ ସମ୍ମିଳନୀରେ ଭାଗ ନେବାକୁ ଭାରତ ଗସ୍ତ କରିବେ।

 

 

Related posts

ଇସ୍ରାଏଲର ଏୟାର ଷ୍ଟ୍ରାଇକ୍

mahabharatanews

ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ 

mahabharatanews

 ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର

mahabharatanews