ବିଶ୍ୱ

ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କ ଓକିଲଙ୍କୁ ମରଣାନ୍ତକ ଆକ୍ରମଣ

ବାଂଲାଦେଶରେ ହିନ୍ଦୁମାନଙ୍କ ବିରୁଦ୍ଧରେ ମନମୁଖୀ ମାମଲା ଦାୟର କରିବା ପରେ ବର୍ତ୍ତମାନ ସେମାନଙ୍କୁ ରକ୍ଷା କରୁଥିବା ଓକିଲମାନଙ୍କୁ ହଟାଇବା ପାଇଁ ଷଡଯନ୍ତ୍ର ରଚିଛି। ଦେଶଦ୍ରୋହ ଅଭିଯୋଗରେ ବାଂଲାଦେଶ ଜେଲରେ ରହିଥିବା ହିନ୍ଦୁ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କ ମାମଲା ଲଢୁଥିବା ଓଳିଲଙ୍କୁ ଇସଲାମବାଦୀ ମାନେ ମରାଣାନ୍ତକ ଆକ୍ରମନ କରିଥିବା ଅଭିଯୋଗ ହୋଇଛି । ଇସଲାମବାଦୀମାନଙ୍କର ଏକ ଦଳ ରୟଙ୍କ ଘର ଉପରେ ଆକ୍ରମଣ କରିବା ସହ ଭଙ୍ଗାରୁଜା କରିଥିଲେ । ଇସ୍କନ ଇଣ୍ଡିଆ ପକ୍ଷରୁ ଏନେଇ ଏକ ଅଭିଯୋଗ ହୋଇଛି । ଇସ୍କନ ଇଣ୍ଡିଆ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କହିଛି ଯେ ଏହି ଆକ୍ରମଣରେ ଓକିଲ ଜଣକ ଗୁରୁତର ଭାବେ ଆହାତ ହୋଇ ମେଡିକାଲ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଏଥିାସହ ଓକିଲଙ୍କ ଫଟୋ ମଧ୍ୟ ପୋଷ୍ଟ କରାଯାଇଛି ।

ସେହିପରି ହିଂସାରେ ଇସ୍କନ ଇଣ୍ଡିଆର ଉପସଭାପତି ତଥା ମୁଖପାତ୍ର ରାଧାରମଣ ଦାସ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ରାଧାରମଣ ଦାସ ଆକ୍ରମଣର ଶିକାର ହୋଇଥିବା ଓକିଲଙ୍କ ଫଟୋ ସେୟାର କରି ତାଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି । ସେ କହିଛନ୍ତି ଉକିଲ ରମେନ ରୟଙ୍କ ପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ ।

ତେବେ ଚିନ୍ମୟ କୃଷ୍ଣ ଦାସଙ୍କୁ ନଭେମ୍ବର ୨୫ ରେ ଗିରଫ କରାଯାଇଥିଲା । ସେବେଠାରୁ ବାଂଲାଦେଶରେ ବ୍ୟାପକ ହିଂସା ସୃଷ୍ଟି ହୋଇଥିଲା ଏବଂ ହିନ୍ଦୁମାନଙ୍କୁ ମନୋନୀତ ଭାବେ ଟାର୍ଗେଟ କରାଯାଉଛି। ଭାରତର ତ୍ରିପୁରା ରାଜଧାନୀ ଅଗରତାଲାରେ ହିନ୍ଦୁ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ବିରୋଧ କରାଯାଇଥିଲା। ଏହି ଘଟଣାରେ ମହମ୍ମଦ ୟୁନୁସ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଭାରତ ସରକାର ଦାବି କରିଛନ୍ତି। ବ୍ରିଟିଶ ସାଂସଦ ବରୀ ଗେରିନ୍ଦର ବାଂଲାଦେଶରେ ହିନ୍ଦୁମାନଙ୍କୁ ଟାର୍ଗେଟ କରୁଥିବା ହିଂସା ପ୍ରସଙ୍ଗ ଉଠାଇଥିଲେ। ସେ ଏହି ପ୍ରଶ୍ନକୁ ବୈଦେଶିକ ମନ୍ତ୍ରୀଙ୍କୁ ପଚାରିଥିଲେ ଏବଂ କହିଛନ୍ତି ଯେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଅଧିକ ଆକ୍ରମଣ ହୋଇଛି। ବାଂଲାଦେଶ ଏକ ଇସଲାମିକ ରାଷ୍ଟ୍ରରେ ପରିଣତ ହୋଇଛି। ଏଠାରେ ଅନେକ ହିନ୍ଦୁ ମନ୍ଦିର ଭାଙ୍ଗି ଦିଆଯାଇଥିଲା। ବ୍ରିଟେନରେ ରହୁଥିବା ହିନ୍ଦୁମାନେ ମଧ୍ୟ ବାଂଲାଦେଶରେ ହିନ୍ଦୁମାନଙ୍କ ଅବସ୍ଥାକୁ ନେଇ ଚିନ୍ତିତ ଅଛନ୍ତି। ବୈଦେଶିକ ମନ୍ତ୍ରୀ ବାଂଲାଦେଶ ସରକାରଙ୍କ ସହ କଥା ହେବାକୁ ମୁଁ ଅନୁରୋଧ କରୁଛି ଯାହାଦ୍ୱାରା ସେଠାରେ ଥିବା ଉତ୍ତେଜନା ହ୍ରାସ ହୋଇପାରିବ ବୋଲି ସାସଂଦ କହିଥିଲେ ।

Related posts

 ଗାଜାରେ ପ୍ରବଳ ବୋମା ବିସ୍ଫୋରଣ

mahabharatanews

ଆଫଗାନିସ୍ତାନରେ ୨ଟି ଭୂମିକମ୍ପ

mahabharatanews

ଆମେରିକାରେ ଭାରତୀୟ ଛାତ୍ରକୁ ଗୁଳି ମାଡ

mahabharatanews