ଅପରାଧଓଡିଶା

ବ୍ରହ୍ମପୁରରେ ଗୁଳି କରି ହୀରା ଲୁଟ୍ ଘଟଣାରେ ପୋଲିସ ଆଉ ୪ ଅଭିଯୁକ୍ତକୁ ଗିରଫ କରିଛି

ବ୍ରହ୍ମପୁର:- ଅଗଷ୍ଟ ୫ ତାରିଖରେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ୫ ନମ୍ବର ଲାଇନରେ ବାସକରୁଥିବା ବ୍ୟବସାୟୀ ବାଳକୃଷ୍ଣ ଆଚାରୀ ଓରଫ ରୁନା ଓ ତାଙ୍କ ଶଳା ସୁନିଲ ସାହୁଙ୍କୁ ଗୁଳି କରି ହୀରା ଲୁଟ୍ ଘଟଣାରେ ପୋଲିସ ଆଉ ୪ ଅଭିଯୁକ୍ତକୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଭୁବନେଶ୍ୱରର ୩ଜଣ ଓ ଜଣେ ବ୍ରହ୍ମପୁରର ରହିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ଗୋଟିଏ ପିସ୍ତଲ, ବୁଲେଟ ଗାଡ଼ି ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ପୂର୍ବରୁ ହୀରା ବିକ୍ରି କରିବାକୁ ମଧ୍ୟସ୍ଥି ଭୂମିକା ତୁଲାଇଥିବା ମଳୟ ଉପାଧ୍ୟାୟ, ଖଣ୍ଡଗିରି ଅଂଚଳର ସରୋଜ କୁମାର ମହାନ୍ତି, ଶେଖ୍ ରାଜୁ, ସାହିଲ ଖାନ୍‌ଙ୍କୁ ପୋଲିସ ଗିରଫ କରିଥିଲା । ଘଟଣା ପରେ ଅଭିଯୁକ୍ତମାନେ ରାଜ୍ୟ ବାହାରକୁ ଚାଲିଯାଇଥିଲେ । ସେମାନଙ୍କୁ ପୋଲିସ ରାଜ୍ୟ ବାହାରୁ ଗିରଫ କରିଥିବା ଜଣାପଡ଼ିଛି । ଏହି ମାମଲାରେ ଗିରଫ ସଂଖ୍ୟା ୮ କୁ ବୃଦ୍ଧି ହୋଇଛି । ବର୍ତ୍ତମାନ ସୁଦ୍ଧା ଘଟଣା ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Related posts

ଗୁଞ୍ଜ ଅନୁଷ୍ଠାନ ପକ୍ଷରୁ ହଲିକ୍ସ ଓ ମାସ୍କ ବଣ୍ଟନ

mahabharatanews

ଭୁବନେଶ୍ୱରରୁ ୯୦ କରୋନା ପଜିଟିଭ ଚିହ୍ନଟ

mahabharatanews

ଭିକ୍ଷୁକ, ପର୍ଯ୍ୟଟକଙ୍କ ହୋଲି ପାଳନ

mahabharatanews