ଓଡିଶା

କଳିଙ୍ଗ ବାଲିଯାତ୍ରା ଉଦଯାପନୀ ଉତ୍ସବ ରେ ଯୋଗ ଦେଲେ ମହାମହିମ ରାଜ୍ୟପାଳ

ପାରାଦୀପ ଐତିହାସିକ କଳିଙ୍ଗ ବାଲିଯାତ୍ରା ଉଦଯାପନୀ ଉତ୍ସବରେ ଯୋଗଦେଲେ ମହାମହିମ ରାଜ୍ୟପାଳ ଡ.ହରିବାବୁ କମ୍ଭବପତି। ଏହି ଉତ୍ସବ ନଭେମ୍ବର ୪ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଥିବା ବେଳେ ଉଦଯାପନୀ ଉତ୍ସବରେ ଲଗାତାର ଦ୍ଵିତୀୟ ଥର ରାଜ୍ୟପାଳଙ୍କ ଯୋଗଦାନ କଳିଙ୍ଗ ବାଲିଯାତ୍ରା ମହୋତ୍ସବର ଗାରିମା ବେସ ବୃଦ୍ଧି କରିଥିଲା l ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରୁଥିବା ଏହି ଐତିହାସିକ କଳିଙ୍ଗ ବାଲିଯାତ୍ରା ଓ ପୂର୍ବ ପୁରୁଷ ଙ୍କ ବିରତ୍ବ ସମ୍ପର୍କରେ ଅତିଥି ମାନେ ମତବ୍ୟକ୍ତ କରିଥିବା ବେଳେ ଉଦଯାପନୀ ଉତ୍ସବ ରେ ମହାମହିମ ରାଜ୍ୟପାଳ ଙ୍କ ଯୋଗଦାନ ସମସ୍ତଙ୍କୁ ଉତ୍ସାହିତ କରିଥଲା। ଜିଲ୍ଲାପାଳ ତଥା ବାଲିଯାତ୍ରା କମିଟିର ଅଧ୍ୟକ୍ଷ ଜେ.ସୋନାଲଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଉଦଯାପନୀ ଉତ୍ସବ ରେ ଜଗତସିଂହପୁର ସାଂସଦ ବିଭୂ ପ୍ରସାଦ ତରାଇ, ଶୀଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ପ୍ରମୁଖ ଯୋଗଦେଇ ଓରମାସ୍ ଓ ପଲ୍ଲିଶ୍ରୀମେଳା ରେ ଭଲ ବ୍ୟବସାୟ କରିଥିବା ବ୍ୟବସାୟୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସାତଦିନ ବ୍ୟାପି ଏହି ଉତ୍ସବ ଶାନ୍ତଶୃଙ୍ଖଳା ଭାବେ ଚାଲିଥିବା ବେଳେ ଶେଷ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ ଜଗତର ଖ୍ୟାତନାମା ଗାୟକ ଅଙ୍କିତ ତିୱାରୀ ଙ୍କ ସଙ୍ଗୀତ ପରିବେଷଣ ଉପସ୍ଥିତ ହଜାର ହଜାର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିବାର ଦେଖିବାକୁ ମିଳିଥିଲା। କଳିଙ୍ଗ ବାଲିଯାତ୍ରା ର ଉଦଯାପନୀ ଉତ୍ସବ ରେ ଆଶାତୀତ ଭିଡ ଲାଗି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରା ଯାଇଥିଲା।

Related posts

 ୨୬ ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ କରିବ ବାତ୍ୟା

mahabharatanews

ଶିମିଳିପାଳ ଭ୍ରମଣରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ନିଲମ୍ବିତ ହେଲେ ୩ କନେଷ୍ଟବଳ

mahabharatanews