ଓଡିଶାଖେଳ

ଓଡିଶା ସିନିୟର୍ ମହିଳା କ୍ରିକେଟ ଦଳରେ ଚାନ୍ଦବାଲି ମାଟିର ଝିଅ

ଚାନ୍ଦବାଲି ମାଟିର ଝିଅ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବ ପୂଜାରାଣୀ ଦାସ ଓଡିଶା କ୍ରିକେଟ୍ ଆସୋସିଏସନ୍ ଦ୍ଵାରା ପରିଚାଳିତ ୟୁ-୨୩ ଦଳରେ ସ୍ଥାନ ପାଇଛନ୍ତି। ଚାନ୍ଦବାଲି ବାଲିଗାଁ ଗାଁର କିଶୋର ଦାସଙ୍କ ସୁକନ୍ୟା ପୂଜା ୨୦୧୭ ମସିହାରୁ କ୍ରିକେଟ ଖେଳ ପ୍ରତି ରୁଚି ରଖି ଖେଳ ଆରମ୍ଭ କରିଥିଲେ। କଠିନ ପରିଶ୍ରମ ଓ ସଠିକ୍ କୋଚ୍ ପାଇ ସେ ବ୍ଲକ ଏବଂ ଜିଲ୍ଲା ସ୍ତରରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ପିତା କିଶୋର ଓ କୋଚ୍ ସିରଜୁଦ୍ଦିନଙ୍କ ପ୍ରେରଣା ପାଇ ସେ ଓଡିଶା ରାଜ୍ୟ କ୍ରିକେଟ ୟୁ-୧୭ ଓ ୟୁ-୧୯ ରେ ମଧ୍ୟ ଖେଳିବା ପାଇଁ ସୁଯୋଗ ପାଇଥିଲେ। ତାଙ୍କର ଉନ୍ନତମାନର କ୍ରିକେଟ୍ ପ୍ରଦର୍ଶନ ପାଇଁ ତାଙ୍କୁ ଓଡିଶା ସିନିୟର୍ ମହିଳା କ୍ରିକେଟ ଦଳରେ ସ୍ଥାନ ମିଳିଛି। ଫଳରେ ଚାନ୍ଦବାଲି ତଥା ଭଦ୍ରକ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କର ଏହି ସଫଳତା ହାସଲ ପାଇଁ ବିଶିଷ୍ଟ କ୍ରୀଡା ସଂଗଠକ ଅମୂଲ୍ୟ କୁମାର ରାଉତ, ସାହିତ୍ୟିକ ପ୍ରଫୁଲ୍ଲ କୁମାର ଦାସ,କ୍ରୀଡାବିତ୍ ବିକ୍ରମ କେଶରୀ ଦାଶ ଏବଂ ଚାନ୍ଦବାଲି କ୍ରିକେଟ ଆସୋସିଏସନ୍ ଓ ଚାନ୍ଦବାଲି ଆଥଲେଟିକ୍ ଆସୋସିଏସନ୍ ତରଫରୁ ପୂଜାରାଣୀଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

Related posts

ମେଗା ଜଳ ପ୍ରକଳ୍ପରେ ଅନିୟମିତତା

mahabharatanews

ମଦ୍ୟପାନ କରି ଗାଡି ଚଳାଇବା ପଡିବ ମହଙ୍ଗା ; ପୋଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀ କରିବେ ସ୍ୱତନ୍ତ୍ର ଯାଞ୍ଚ

mahabharatanews

କଂଗ୍ରେସରେ ଯୋଗଦେଲେ ବଳଭଦ୍ର ମାଝୀ 

mahabharatanews