ଓଡିଶା

ଦୁଇଟି କାର ମଧ୍ୟରେ ଧକ୍କା: ୪ ମୃତ

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରସ୍ଥିତ କଳିଙ୍ଗଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଦୁଇଟି କାର ମଧ୍ୟରେ ଧକ୍କା ହେବାରେୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । ଗୋଟିଏ କାରରେ ଗୋଟିଏ ପରିବାରର ୬ ଜଣ ଯାତ୍ରା କରୁଥିବା ବେଳେ ଅନ୍ୟ କାରରେ ଜଣେ ଥିଲେ । ତେବେ ୬ ଜଣ ଯାତ୍ରା କରୁଥିବା କାରଟି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥିରେ ଥିବା ୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଦୁର୍ଘଟଣା ଏପରି ଭୟଙ୍କର ଥିଲା କି ଗୋଟିଏ କାରର ଆଗ ଓ ଗୋଟିଏ ପଟ ସମ୍ପୂର୍ଣ୍ଣ ଭାଙ୍ଗିଯିବା ସହ କାରର ଚକ ବାହାରି ଯାଇଛି ।
ପୁଲିସ ଅନୁଯାୟୀ, ରାତି ପ୍ରାୟ ୧ଟାରୁ ୨ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଗୋଟିଏ କାର ବାଲେଶ୍ୱରରୁ ନିଳାଦ୍ରିବିହାର ଅଭିମୁଖେ ଯ।।ଉଥିଲା । ମୃତକଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି । ତାଙ୍କ ନାମ ପ୍ରସନ୍ନ ପରିଡା ଓ ସେ ନିଳାଦ୍ରୀବିହାରରେ ରୁହନ୍ତି । ଅନ୍ୟ ମାନଙ୍କ ପରିଚୟ ଜଣାପଡି ନାହିଁ । ଏହି କାରରେ ଦୁଇ ଜଣ ମହିଳା ଥିଲେ । କାରରେ ମହିଳାଙ୍କ ଉପସ୍ଥିତିରୁ ଗୋଟିଏ ପରିବାରର ବୋଲି ଅନୁମାନ କରାଯାଇଛି । ଅନ୍ୟ କାରଟି ଆଚାର୍ଯ୍ୟ ବିହାରରୁ ଚନ୍ଦ୍ରଶେଖରପୁର ଆଡେ ଯାଉଥô୍ଲା । ଦ୍ୱିତୀୟ କାରଟି କାହାର ତାହା ଜଣାପଡି ନାହିଁ କି ସେଥିରେ କିଏ ଥିଲେ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଅନ୍ୟ ପଟେ କାରର ନମ୍ବର ପ୍ଲେଟ ମଧ୍ୟ ନାହିଁ । ହୁଏତ ଦୁର୍ଘଟଣା ପରେ କାରରୁ ନମ୍ବର ପ୍ଲେଟ ବାହାର କରି ନିଆଯାଇଛି ।

Related posts

ଯୁବକଙ୍କ ଉନ୍ମୁକ୍ତ କାଣ୍ଡ, କାମୁଡି ଛିଣ୍ଡାଇଲେ ଡାକ୍ତରଙ୍କ କାନ

mahabharatanews

ତୀର୍ଥ ଯାତ୍ରୀ ବସକୁ ଧକ୍କା ଦେଲା ଆଉ ଏକ ତୀର୍ଥ ଯାତ୍ରୀ ବସ,୧୦ ଆହତ

mahabharatanews

ଶ୍ରୀମନ୍ଦିରର ଜଗମୋହନ ଭିତରେ ହବିଷ୍ୟାଳୀଙ୍କୁ ମାଡ ମାରିଛନ୍ତି ପୋଲିସ

mahabharatanews