ଓଡିଶା

ଚାନ୍ଦପୁରରେ ରାଜ୍ୟସ୍ତରୀୟ ଗୀତାଜ୍ଞାନ ଯଜ୍ଞ ମହୋତ୍ସବ

ଚାନ୍ଦପୁରରେ ରାଜ୍ୟସ୍ତରୀୟ ଗୀତା ଜ୍ଞାନ ଯଜ୍ଞ ମହୋତ୍ସବ ଭକ୍ତିମୟ ପରିବେଶରେ ଅନୁଷ୍ଠିତ। ଜଗତସିଂହପୁର ଜିଲ୍ଲା  ରଘୁନାଥପୁର ବ୍ଲକ ଚାନ୍ଦପୁରଠାରେ ଭଗବତ ଗୀତାର ବାଣୀକୁ ସାର୍ବଜନୀନ ,ବ୍ୟାପକ ପ୍ରଚାରପ୍ରସାର ,ବିଶେଷକରି ଯୁବପିଢ଼ି ଛାତ୍ରଛାତ୍ରୀମାନଙ୍କ ଭିତରେ ଭଗବତ ଗୀତା ପ୍ରତି ଆଗ୍ରହ ସୃଷ୍ଟି କରିବା ଓ ଏକ ସୁସ୍ଥ ସମାଜ ଗଠନର ଲକ୍ଷ୍ୟ ନେଇ ୩୯ତମ ରାଜ୍ୟସ୍ତରୀୟ  ଗୀତାଜ୍ଞାନ ଯଜ୍ଞ ମହୋତ୍ସବ ଆଧ୍ୟାତ୍ମିକ ପରିବେଶରେ ମହାସମାରୋରେ ଅନୁଷ୍ଠିତ ହୋଇଯାଇଛି ।

ଏହି ମହୋତ୍ସବର ଅନ୍ତିମ ଦିନରେ ମୁଖ୍ୟଅତିଥିଭାବେ ଜଗତସିଂହପୁର ଜ଼ିଲ୍ଲାପାଳ ଜେ ସୋନାଲ ଓ ସମ୍ନାନିତ ଅତିଥିଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା ଯୋଗଦେଇ ଗୀତଜ୍ଞIନ ଯଜ୍ଞରେ ଘୃତ ଆହୁତି ଦେଇ ପୂର୍ଣ୍ଣାହୂତି  କରିବା ସହ ଉପସ୍ଥିତ ଭଗବତପ୍ରେମୀଙ୍କୁ  ଗୀତାର ମାହାତ୍ମ୍ୟ ଉପରେ ସୂଚନା ଦେଇଥିଲେ।  ଏହି ଅବସରରେ ଜ଼ିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠିତ ଏହି ଗୀତାଜ୍ଞାନ ଯଜ୍ଞ ମହୋତ୍ସବରେ ବହୁ ସାଧୁସନ୍ଥ ଓ ବିଶିଷ୍ଟ ବ୍ୟକ୍ତିତ୍ୱ ଯୋଗଦେଇଥିଲେ ।

Related posts

ପୁଣି ସାମ୍ନାକୁ ଆସିଲା କୋଭିଡ ନିୟମ ଉଲଘଂନର ସାଂଘାତିକ ଚିତ୍ର

mahabharatanews

ଆଜି ଶ୍ରୀଜିଉଙ୍କ ଖସାପଡ଼ା ନୀତି; ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ 

mahabharatanews

ଲୁଟେରାଙ୍କୁ ଧରିବାବେଳେ ଚଡିଗଲା ଟ୍ରଲର, ୩ ମୃତ

mahabharatanews