ଓଡିଶା

ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପାଳୁଛି ୧୩ତମ ଦୀକ୍ଷାନ୍ତ ଉତ୍ସବ

ଜଟଣୀସ୍ଥିତ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ପରିସରରେ ପାଳନ ହୋଇଯାଇଛି ୧୩ତମ ଦୀକ୍ଷାନ୍ତ ଉତ୍ସବ I ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶାର ମହାମହିମ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଯୋଗ ଦେଇଥିଲେ I ଅନନ୍ୟା ଅତିଥି ଭାବେ ଅନ୍ତରିକ୍ଷ ବିଭାଗ ଏବଂ ଅଧ୍ୟକ୍ଷ, ସ୍ପେସ୍ କମିଶନ୍ ଇସ୍ରୋ ଡଃ ଭି.ନାରାୟଣ, ଡିରେକ୍ଟର୍ ଜେନେରାଲ୍ (ECS) ଏବଂ DRDO ର ଡଃ ବି. କେ. ଦାସ, ପଶ୍ଚିମ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟର ଭାଇସ ଚାନ୍ସେଲର ପ୍ରଫେସର୍ ଅମିତ ଚକ୍ମା, ତ୍ରିପୁରା ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର୍ ଡଃ ଯୋଗେଶ ପ୍ରତାପ ସିଂହI ଏହି ଅବସରରେ ବିଶ୍ୱବିଦ୍ୟାଳୟ ୩,୩୫୯ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଛି, ଯାହାଙ୍କ ମଧ୍ୟରେ ୩୯ ଜଣ ପିଏଚଡି ସ୍କଲାର୍ ଏବଂ ପୂର୍ବତନ ବ୍ୟାଚର ୧୮୩ ଜଣ ଛାତ୍ରଛାତ୍ରୀ ଅନ୍ତର୍ଭୁକ୍ତ। ୨୧ ଜଣ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ସୁନା ପଦକ ଏବଂ ୩୩ ଜଣଙ୍କୁ ମେରିଟ୍ ଏୱାର୍ଡ ଦ୍ୱାରା ସମ୍ମାନିତ କରାଯାଇଛି।

Related posts

ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ୍ ସୁଧାଂଶୁ ଷଢ଼ଙ୍ଗୀ

mahabharatanews

 ବାବା ଲୋକନାଥ ପୀଠରେ ୨୯୪୦୦ କାଉଡ଼ିଆଙ୍କ ଜଳଲାଗି

mahabharatanews

ବ୍ରହ୍ମପୁରା ଫାର୍ମହାଉସର ଉନ୍ନତିକରଣ ପାଇଁ ବଡମ୍ବା ବିଧାୟକଙ୍କ ସମୀକ୍ଷା

mahabharatanews