ଓଡିଶା

ଅଚ୍ୟୁତାନନ୍ଦଙ୍କ ପବିତ୍ର ପଦ୍ମବନ ପୀଠରେ ପୁଷ୍ୟାଭିଷେକ ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ

ସାଲେପୁର (ଜ୍ୟୋସ୍ନା ରାଣୀ ସିଂହ) କଟକ ଜିଲ୍ଲା ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ପବିତ୍ର ପଦ୍ମବନ ପୀଠରେ ପୁଷ୍ୟାଭିଷେକ ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଅଛି।ଏଥି ପାଇଁ ଅଚ୍ୟୁତାନନ୍ଦ ଙ୍କ ପବିତ୍ର ପଦ୍ମବନ ପୀଠ ଚଳଚଂଚଳ ।ଏଥିରେ ମହାପ୍ରଭୁ ଜଗନ୍ନାଥଙ୍କ  ନୀତିକାନ୍ତି ଭଳି ପ୍ରତ୍ୟୁଷରୁ ମହାପୁରୁଷଙ୍କ ର ମଧ୍ୟ ସେହିଭଳି ନୀତି କାନ୍ତି ପାଳନ କରାଯାଇଛି।ଏଥିରେ ଏକ ବିରାଟ ପଗଡ଼ି ଶୋଭାଯାତ୍ରା ରେ ଆସି ମହାପୁରୁଷ ଙ୍କ ମସ୍ତକ ରେପିନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା।ଏହି ପୁଷ୍ୟାଭିଷେକ ଉତ୍ସବ ରେ ମହାପୁରୁଷ ଙ୍କୁ ଦର୍ଶନ କରିବା ଦ୍ୱାରା କୋଟି ଜନ୍ମର ପୁର୍ଣ୍ଣ ଫଳ ମିଳିବା ସହିତ ରୋଗ ଶୋକରୁ ମୁକ୍ତି ମିଳେ ବୋଲି  କାହିଁ କେଉଁ କାଳରୁ ବିଶ୍ୱାସ ରହିଛି ।ପୁଷ୍ୟାଭିଷେକ ଦିନ ମହାପୁରୁଷ ଙ୍କ ଦର୍ଶନ ଭାଗ୍ୟରେ ଥିଲେ ମିଳେ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ବାସ ଅଛି ।କାରଣ ବିଶ୍ୱାସ ରହିଛି ଯେ ଜଗନ୍ନାଥ ଙ୍କୁ ଦର୍ଶନ କରିବା ର ଫଳ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କୁ ଦର୍ଶନ କରିବା ର ଫଳ ସହିତ ସମାନ।ଏବଂ ଏହି ଦିନ ମହାପୁରୁଷଙ୍କୁ  ଏକ ସ୍ୱତନ୍ତ୍ର ପଗଡ଼ି ଲାଗି କରାଯାଏ ଯାହା, ଅନ୍ୟ କେଉଁଠାରେ ଦେଖିବାକୁ ମିଳେ ନାହିଁ।ସେବକ ମାନେ ଆଜିର ଦିନରେ ସ୍ୱତନ୍ତ୍ର ରୀତି ନୀତି ରେ ପୂଜା ଅର୍ଚ୍ଚନା କରିଥାନ୍ତି।ଭକ୍ତ  ଓ ଶ୍ରଦ୍ଧାଳୁ ମାନେ ବହୁ ସଂଖ୍ୟାରେ ମହାପୁରୁଷଙ୍କୁ ଦର୍ଶନ କରିବା ସହିତ,ଦିବ୍ୟ ଆନନ୍ଦ ଓ ଆତ୍ମସନ୍ତୋଷ ଲାଭ କରିଥାନ୍ତି।ପୀଠରେ ଭଜନ କୀର୍ତ୍ତନ ପରିବେଷଣ ଦ୍ୱାରା  ପୀଠଟି ଭକ୍ତିମୟ ପରିବେଶ ସୃଷ୍ଟି ହେଉଛି । ସ୍ଥାନୀୟ ଅଞ୍ଚଳ ସହ ବହୁ ଦୂର ଦୁରନ୍ତାରୁ ବହୁ  ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିବାର ଦେଖା ଯାଇଥିଲା।ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯିବା ସହିତ ଶ୍ରଦ୍ଧାଳୁମାନଙ୍କୁ ସୁଚାରୁରୂପେ ପ୍ରଭୁ ଦର୍ଶନ କରାଯାଇଥିଲା।

Related posts

ସେବା ସମବାୟ ସମିତି ଓ ଧାନମଣ୍ଡିରେ ଦୁର୍ନୀତି

mahabharatanews

ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ

mahabharatanews

ନଦୀରେ ବୁଡି ୨ ଯୁବକଙ୍କ ମୃତ୍ୟୁ

mahabharatanews